Bikash Khabar
ଟ୍ରେନ୍‌ରେ ମିଳିବ ଓଡ଼ିଶା ଏସ୍‌ଏଚ୍‌ଜି ଉତ୍ପାଦିତ ଦ୍ରବ୍ୟ

 ଚାନ୍ଦୁଆ, ତାରକସିରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପର୍ଯ୍ୟନ୍ତ। ଏଣିକି ସବୁକିଛି ମିଳିବ ଆଇଆର୍ସିଟିସି ଓ୍ବେବ୍ସାଇଟ୍ରେ। ଓଡ଼ିଶା ମଧ୍ୟଦେଇ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ତାହା ପୁଣି ଓ୍ବାନ୍‌-କ୍ଲିକ୍ରେ। ଟ୍ରେନ୍ରେ ବସି ସ୍ଥାନୀୟ ଅଞ୍ଚଳର ସାମଗ୍ରୀ ଇଣ୍ଡିଆନ୍ରେଲ୍ଓ୍ବେ କ୍ୟାଟରିଂ ଆଣ୍ଡ୍ଟୁରିଜମ୍କର୍ପୋରେଶନ (ଆଇଆର୍ସିଟିସି) ଓ୍ବେବ୍ସାଇଟ୍ରେ ଅର୍ଡର କଲେ ଆଗାମୀ ଷ୍ଟେଶନରେ ତାହା ଯାତ୍ରୀଙ୍କୁ ମିଳିବ। ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାର ଏବଂ ସ୍ବୟଂ ସହାସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସାମଗ୍ରୀ ବିପଣନର ସୁଯୋଗ ଯୋଗାଇଦେବାକୁ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛି ଓର୍ମାସ୍ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଓର୍ମାସ୍ପ୍ରଥମଥର ପାଇଁ ଆଇଆର୍ସିଟିସି ସହ ମିଶି ଓଡ଼ିଶାର ପାରମ୍ପରିକ ସାମଗ୍ରୀକୁ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରିବାକୁ ଯାଉଛି। ଏନେଇ ଖୁବ୍ଶୀଘ୍ର ଆଇଆର୍ସିଟିସି ଏବଂ ଓର୍ମାସ୍ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହେବ ବୋଲି ସୂଚନା ମିଳିଛି।

ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ଆଇଆର୍ସିଟିସି ମାଧ୍ୟମରେ ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ଖାଦ୍ୟସାମଗ୍ରୀ ବିକ୍ରି କରିବ। ଓର୍ମାସ୍ଏବଂ ଆଇଆର୍ସିଟିସି ମଧ୍ୟରେ ଏମ୍ଓୟୁ ଦ୍ୱାରା ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଏବଂ ପ୍ରଡକ୍ସନ ଗ୍ରୁପ୍‌(ପିଜି)ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ରେଳବିଭାଗ ଓ୍ବେବ୍ସାଇଟରେ ଉପଲବ୍ଧ ହେବ। ଆଇଆର୍ସିଟିସିର ଭେଣ୍ଡର ଲିଷ୍ଟରେ ସାମିଲ ହେବା ପରେ ଟ୍ରେନ୍ରେ ଯାଉଥିବା ଯାତ୍ରୀ ସେମାନଙ୍କ ସାମଗ୍ରୀ ଦେଖି ଅନ୍ଲାଇନ୍ରେ ଅର୍ଡର କରିପାରିବେ। ଅର୍ଡର ମିଳିବାର ତତ୍କ୍ଷଣାତ୍ସମ୍ପୃକ୍ତ ଭେଣ୍ଡର୍ନିଜ ଷ୍ଟେଶନରେ ଉକ୍ତ ସାମଗ୍ରୀ ଯାତ୍ରୀଙ୍କୁ ହସ୍ତାନ୍ତର କରିବେ। ଆଇଆର୍ସିଟିସି ମାଧ୍ୟମରେ ସବାଇ ଘାସ, ଗୋଲ୍ଡେନ୍ଗ୍ରାସ, ଡୋକ୍ରା, ଟ୍ରାଇବାଲ ଜୁଏଲେରି ଭଳି ହସ୍ତଶିଳ୍ପ, କୋଟ୍ପାଡ଼, ବମକାଇ, ଟସର, ମାଣିଆବନ୍ଧ ଭଳି ହସ୍ତତନ୍ତ ଏବଂ ବାଲେଶ୍ୱର ଖଜା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଆଦିର ବିକ୍ରିବଟା କରାଯାଇପାରିବ। କାରିଗର ଏବଂ ଶିଳ୍ପୀମାନଙ୍କୁ -ମାର୍କେଟ ସହ ପରିଚିତ କରାଇବା ସହ ଏକ ବଡ଼ବଜାର ସୃଷ୍ଟିକରିବା ଲକ୍ଷ୍ୟରେ ଓର୍ମାସ୍ଏହି ପଦକ୍ଷେପ ନେବାକୁ ଯାଉଥିବା ଓର୍ମାସ୍ମାର୍କେଟିଂ ଯୁଗ୍ମ ସିଇଓ ସୁଜୟ କର ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବାବେଳେ ଆଇଆର୍ସିଟିସି ଅଧିକାରୀମାନେ ଆମ କାରିଗରମାନଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦେଇଛନ୍ତି। ସେମାନେ ଠିକ୍ଭାବେ ବାବଦରେ ଅବଗତ ହେବାପରେ ଆମେ ଏମ୍ଓୟୁ ସ୍ବାକ୍ଷର କରିବୁୁ ବୋଲି କର କହିଛନ୍ତି।

ଏନେଇ ଆଇଆର୍ସିଟି ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଆଇଆର୍ସିଟିସି ଓ୍ବେବ୍ସାଇଟ୍ଏବେ ଏସିଆ ମହାଦେଶରେ ସର୍ବାଧିକ ବ୍ୟବହୃତ ଓ୍ବେବ୍ସାଇଟ୍ ଏହି ଓ୍ବେବ୍ସାଇଟ୍ମାଧ୍ୟମରେ ଡିଜିଟାଲ ମାର୍କେଟ୍ସହ ପରିଚିତ ଥିବା ଗ୍ରାମୀଣ କାରିଗର ବୁଣାକାରମାନଙ୍କୁ ଲାଭ ଦେବା ଆମର ପ୍ରାଥମିକତା। ଏହା ଦ୍ୱାରା ଦେଶର ପାରମ୍ପରିକ ସାମଗ୍ରୀକୁ ଏକ ଭଲ ପ୍ଲାଟଫର୍ମ ମିଳିବା ସହ ଶିଳ୍ପୀ ଏବଂ ଏସ୍ଏଚ୍ଜିମାନଙ୍କର ରୋଜଗାର ବଢ଼ିବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ଅର୍ଥନୀତି ବ୍ୟାପକ ହେବ। ଏବେ ଆମେ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଫୋକସ୍କରୁଛୁ। ଧୀରେ ଧୀରେ ହସ୍ତଶିଳ୍ପ, ହସ୍ତତନ୍ତକୁ ଗୁରୁତ୍ୱ ଦେବୁ। ପଶ୍ଚିମବଙ୍ଗ, ମହାରାଷ୍ଟ୍ରରୁ ଆମକୁ ଭଲ ରେସ୍ପନ୍ସ ମିଳିଛି। ତେଣୁ ଓଡ଼ିଶାକୁ ବି ସଫଳତା ମିଳିବ ବୋଲି ଆଶା କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି।

10/01/2020

Leave a Reply

Your email address will not be published. Required fields are marked *

Comments