Bikash Khabar
ସବୁଜ ପୃଥିବୀ ପାଇଁ ଶପଥ ନେଲେ ୮ ଦେଶର ୬୦ ପ୍ରତିନିଧି

 ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ପଶୁପକ୍ଷୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରିନ ଆର୍ମିପକ୍ଷରୁ ଗଙ୍ଗନଗରଠାରେ ସବୁଜ ପୃଥିବୀ ପାଇଁ ଆମେନାମକ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ୮ଟି ଦେଶର ୬୦ପ୍ରତିନିଧି ୫୦୦ଗ୍ରିନ୍ ଆର୍ମି ଯୋଗ ଦେଇଥିଲେ। ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ଅଧ୍ୟକ୍ଷତା କରି କହିଲେ, ବର୍ତ୍ତମାନ ପୃଥିବୀ ଆଗରେ ଜଳବାୟୁ ପରିବର୍ତ୍ତନ, ଉତ୍ତାପବୃଦ୍ଧି, ଅଦିନିଆ ବର୍ଷା, ଅତିବର୍ଷା, ସାମୁଦ୍ରିକ ଝଡ଼, ବାୟୁ ପ୍ରଦୂଷଣ ଘାତକ ହୋଇ ଠିଆହୋଇଛି। ଏପରିସ୍ଥଳେ ବିଶ୍ୱବାସୀ ସବୁଜ ପ୍ରଦୂଷଣମୁକ୍ତ ପୃଥବୀପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ପୂର୍ବରୁ ଚୀନ୍ ରାଜଧାନୀ ବେଜିଂରେ ଅକ୍ସିଜେନ୍ ପାର୍ଲରମାନ ଖୋଲିଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ପାର୍ଲର ଖୋଲିଲାଣି। ଏଥିପାଇଁ ବ୍ୟାପକ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା ପରିବେଶ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି . ଶ୍ରୀଚନ୍ଦନ କହିଥିଲେ।ଏହି ଅବସରରେ ସମବେତ ୮ଟି ଦେଶର ୬୦ଜଣ ପ୍ରତିନିଧି ୫୦୦ଗ୍ରିନ୍ ଆର୍ମି ସବୁଜ ପୃଥିବୀ ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରିଥିଲେ। ସେହିପରି ବୁଲଗେରିଆର ଗ୍ରୀଙ୍କା ଗ୍ରେନେଭା, ଜର୍ଜିଆର ମନାନା, ଜର୍ମାନୀର ସାଭିନାମାରୀ, ଇରାନର ରୋବାବ ଆସିଆନ୍, କାଜାକାସ୍ଥାନର ଗୁଲୁଜାହାନ, ନେପାଳର ଅମୃତ୍ୟା, ଉଜ୍ବିକସ୍ଥାନର ସିରିନି ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଲଣ୍ଡନର ଅଭିନେତ୍ରୀ ସ୍ବାଧୀନା, ଓଡ଼ିଶାଶ୍ରୀ ଶ୍ରୀକାନ୍ତ କୁମାର, ଆଇଟିଇଆରର ନିର୍ଦ୍ଦେଶକ ମାନସ ରଂଜନ ମଲ୍ଲିକ, ଦୀକ୍ଷାର ସଂପାଦିକା ସୁନିତ୍ ମୁଣ୍ଡ, ଅଭିନେତ୍ରୀ ପଦ୍ମଜା ଜେନା, ସାମାଜିକ କର୍ମୀ ସୁଜାତା ଚୌଧୁରୀ, ଚିଦାମ୍ବିକା ଖଟୁଆ, ସୁଜାତା ନାୟକ, ଅମିନୋ ଅଲ୍ଲୀ, ଶୁଭଶ୍ରୀ ମିନତି ରଥ, ଲୁସି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗଙ୍ଗନଗର ଛକଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ରଂଜନ ମହାପାତ୍ର, ଅଭୀପ୍ସା ଭଂଜ, କସ୍ତୁରୀ ପଟ୍ଟନାୟକ, ବିଘ୍ନେଶ ରାଜ ବେହେରା ଅଜୟ ଗୁମାନସିଂହ ପ୍ରମୁଖ ପରିଚାଳନା କରିଥିଲେ।

25/11/2019

Leave a Reply

Your email address will not be published. Required fields are marked *

Comments