Bikash Khabar
ଭୁବନେଶ୍ବରକୁ ଓଡିଏଫ୍‌ ++ ସହର ମାନ୍ୟତା, ସ୍ଥିତି ଜଣାଇଲା ବିଏମ୍‌ସି

 ଭୁବନେଶ୍ୱରକୁ ଖୋଲା ମଳତ୍ୟାଗମୁକ୍ତ ସହର ବା ଓଡିଏଫ୍‌ (++) ସହରର ମାନ୍ୟତା ଲାଗି ବିଏମ୍ସି ଆଜି ଆଉ ପାଦେ ଆଗେଇଛି। ଏହି ପ୍ରକ୍ରିୟାର ଦ୍ବିତୀୟ ସୋପାନ ସ୍ବରୂପ ବିଏମ୍ସି ପକ୍ଷରୁ ଆଜି ରାଜଧାନୀର ବିବିଧ ଭିତ୍ତିଭୂମି ଗୁଣାବଳୀ ସଂପର୍କିତ ରିପୋର୍ଟ କେନ୍ଦ୍ର ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି। ଏଥିରେ ରାଜଧାନୀରେ ଜଳଯୋଗାଣ ସ୍ଥିତି, ସ୍ବେରେଜ୍ ପରିମଳ ବ୍ୟବସ୍ଥା, କଠିନ ବର୍ଜ୍ୟ ପରିଚାଳନା, ବର୍ଷା ବିତ୍ପାତ, ଜଳ ଏବଂ ଡ୍ରେନେଜ୍ ସଂପର୍କିତ ବିସ୍ତୃତ ରିପୋର୍ଟ ରହିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଧାର୍ଯ୍ୟ ବିବିଧ ଭିତ୍ତିଭୂମି ଏବଂ ଗୁଣାବଳୀ ଆଧାରରେ କୌଣସି ସହରକୁ ଓଡିଏଫ(++) ସହରର ମାନ୍ୟତା ଦିଆଯାଇଥାଏ। ତେବେ ମନ୍ତ୍ରାଳୟକୁ ପ୍ରଦତ୍ତ ଏହି ରିପୋର୍ଟରୁ ବିଏମ୍ସିର ଜଳଯୋଗାଣ ଜନିତ ତ୍ରୁଟି, ପରିମଳ ବ୍ୟବସ୍ଥାର ନୈରାଶ୍ୟଜନକ ସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। ଖାଲି ସେତିକି ନୁହେଁ, ସ୍ବେରେଜ୍ ନେଟ୍ୱାର୍କ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ବିଏମ୍ସି ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ ରହିଥିବା ଜଣାଯାଇଛି। ଏସବୁ ବିଚାରକୁ ନିଆଗଲେ,ଭୁବନେଶ୍ବରକୁ ଓଡିଏଫ୍‌ (++)ସହରର ମାନ୍ୟତା ମିଳିବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

15/02/2020

Leave a Reply

Your email address will not be published. Required fields are marked *

Comments