Bikash Khabar
ସୁରଟ ରେ ଖୋଲିବ ଓଡ଼ିଆ ସ୍କୁଲ

ଗୁଜୁରାଟ ସୁରଟରେ ଖୁବ୍ଶୀଘ୍ର ସରକାରୀ ଭାବେ ୬ଟି ପ୍ରାଥମିକ ବିଦ୍ୟାଳୟ, ୪ଟି ଉଚ୍ଚ ବିଦ୍ୟାଳୟ ଏବଂ ଦୁଇଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗଠନ ହେବ। ଏଥିପାଇଁ ସ୍ଥାନ ଚୟନ ସରିଛି। ସୁରଟର ପାଣ୍ଡେସରା, ସଚିନ, ଭରଚ୍ଛା/କଟାଗ୍ରାମ, ଆମରୋଲି, ଉଧ୍ନା ଏବଂ ସୟନ ଠାରେ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଏହି ସ୍କୁଲଗୁଡିକରେ ସେଠାର ପ୍ରଥମରୁ ୭ମ ପର୍ଯ୍ୟନ୍ତ ପିଲାମାନେ ପାଠ ପଢ଼ିପାରିବେ। ସେହିପରି ପାଣ୍ଡେସରାରେ ୧ଟି, ଭରଚ୍ଛା/କତାଗ୍ରାମରେ ୨ଟି ଏବଂ ବେଶତନରେ ୧ଟି ଏହିପରି ମୋଟ ୪ଟି ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେହିଭଳି ପାଣ୍ଡେସରା ଏବଂ ଭରଚ୍ଛା/କତାଗ୍ରାମରେ ମୋଟ ୨ଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରାଯିବ ବୋଲି ଜଣାପଡିଛି। ଏହି ବିଦ୍ୟାଳୟଗୁଡିକରେ ପାଠ ପଢିବାକୁ ଥିବା ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ମାଗଣାରେ ବହି ପ୍ରଦାନ କରିବେ। ଏହାସହ ଉପରୋକ୍ତ ସ୍କୁଲରେ ୨୦୨୦-୨୧ ଶିକ୍ଷା ବର୍ଷ ସୁଦ୍ଧା ଏହି ସ୍ଥାନରେ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ଗୁଜରାଟ ସରକାର ଅନୁରୋଧ କରିଥିବା ମଧ୍ୟ ଜଣାପଡିଛି। ବର୍ତ୍ତମାନ ଗୁଜରାଟରେ ୧୯ଟି ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ, ୩ଟି ଉଚ୍ଚ ବିଦ୍ୟାଳୟ ଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଥିଲା। ଏଥିଲାଗି ମୁଖ୍ୟମନ୍ତ୍ରୀ ସୁରଟ ଗସ୍ତ କାଳରେ ଗୋଟିଏ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ପାଇଁ କହିଥିଲେ। ମାତ୍ର ଚଳିତ ମାସର ଗତ ୨ତାରିଖରେ ଗୁଜରାଟ ଏବଂ ଓଡ଼ିଶା ସରକାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଗୁଜରାଟ ଗାନ୍ଧୀନଗରଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ସ୍କୁଲ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ଗୁଜରାଟର ବିଭାଗୀୟ ସଚିବ ବିନୋଦ ଆର୍ରାଓଙ୍କ ସହ ତାଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଜେ.ଡି ଦେଶାଇ ଉପସ୍ଥିତ ଥିଲେ। ବୈଠକରେ ସର୍ବମୋଟ ୧୨ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ବୈଠକ ପରେ ପ୍ରଦୀପ୍ତ ମହାପାତ୍ର ଗୁଜରାଟର ବିଭାଗୀୟ ମନ୍ତ୍ରୀଙ୍କ ସହ ଭେଟି ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି। ଖୁବ୍ଶୀଘ୍ର ଏନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ଓଡ଼ିଶାର ପ୍ରାୟ ୧୦ ଲକ୍ଷ ଲୋକ ଗୁଜୁରାଟ ସୁରଟ ରେ ରହନ୍ତି ପିଲାଛୁଆଙ୍କୁ ନେଇ ସେମାନେ ରହୁଥିବା ବେଳେ ଓଡ଼ିଆ ଭାଷା ଶିକ୍ଷାରୁ ସେମାନେ ବଂଚିତ ହୁଅନ୍ତି। ଏବେ ସରକାରୀ ପ୍ରାଥମିକ ଓଉଛ ପ୍ରାଥମିକ  ବିଦ୍ୟାଳୟ ସ୍ଥାପନ ହେଲେ ସେମାନେ ଶିକ୍ଷା ଅଧିକାର ପାଇପାରିବେ

10/08/2019

Leave a Reply

Your email address will not be published. Required fields are marked *

Comments