Bikash Khabar
ଓଡ଼ିଆ ପୁଅ ଜଳଦ ତ୍ରିପାଠୀ ହେଲେ ତାମିଲନାଡୁର ପୋଲିସ ଡିଜି

ତାମିଲନାଡୁ ପୋଲିସ ଡିଜି ଭାବେ ଯୋଗ ଦେଇଛନ୍ତି  ଓଡିଆ ପୁଅ ଜଳଦ କୁମାର ତ୍ରିପାଠୀ ସେ ତାଙ୍କର ଏହି ନୁଆଁ ନିଯୁକ୍ତିରେ ୨୦୨୧ଯାଏଁ ରହିବେ ୧୯୮୫ ବ୍ୟାଚର  ଆଇପିଏସ ଅଫିସର ଜଳଦ ତାମିଲନାଡୁ କ୍ୟାଡରର ସେ  ପୂର୍ବରୁ ଚେନ୍ନାଇର ଦୁଇଥର ପୋଲିସ କମିଶନର ଦାୟିତ୍ୱ ତୁଲାଇଥିବା ବେଳେ ୬ଟି ସମ୍ବେଦନଶୀଳ ଜିଲ୍ଲାର ଏସପି ଭାବେ କାର୍ଯ୍ୟଭାର ତୁଲାଇଛନ୍ତି ଏଥିସହ ଆଡିସିନାଲ ଡିଜିପି ଆଣ୍ଡ ଅର୍ଡର , ଜଏଣ୍ଟ ପୋଲିସ କମିଶନର ଆଣ୍ଡ ଅର୍ଡର, ଆଇଜିପି କ୍ରାଇମବ୍ରାଞ୍ଚ ସିଆଇଡି ଭଳି ଦାୟିତ୍ୱ ତୁଲାଇଛନ୍ତି ନିଜ କାର୍ଯ୍ୟକାଳ ଭିତରେ ଦକ୍ଷତାକୁ  ନେଇ ବେଶ ଚର୍ଚ୍ଚାରେ ରହିଆସିଛନ୍ତି ଜଳଦ ତାମିଲନାଡୁର ସ୍ବର୍ଗତାଃ ମୁଖ୍ୟମନ୍ତ୍ରୀ  ଜୟଲଳିତାଙ୍କ ଗୁଡ ବୁକରେ ରହିଥିଲେ ଜଳଦ କୁମାର ତ୍ରିପାଠୀ ଜଏଣ୍ଟ ପୋଲିସ କମିଶନର ସାଉଥ ଜୋନରେ ଥିବା ସମୟରେ ୧୯୯୯ ରୁ ୨୦୦୫ ମଧ୍ୟରେ ଅନେକ ମାଫିଆରାଜ, ଗ୍ୟାଙ୍ଗଷ୍ଟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ସେ ପ୍ରଥମ ଆଇପିଏସ ଅଫିସର ଯେ କି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ସେଲେନସ ସମ୍ମାନରେ ପବ୍ଲିକ ଆଡମିନଷ୍ଟ୍ରେସନ ପାଇଁ ସମ୍ମାନିତ ହୋଇଛନ୍ତି ଏଥିସହ 'ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ଚିଫ ଅଫ ପୋଲିସ' ଦ୍ବାରା ଇଣ୍ଟରନ୍ୟାସନାଲ କମ୍ୟୁନିଟି ପୋଲିସିଂ ଆୱାର୍ଡ, ଇନୋଭେସନ ଇନ ଗଭର୍ଣ୍ଣାନ୍ସ ଗୋଲ୍ଡ ମେଡାଲ ଆୱାର୍ଡ , ରାଷ୍ଟ୍ରପତି ପୋଲିସ ପଦକ, ସିଏମ ଏକ୍ସେଲେନ୍ସ ଆୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ତେବେ ଏହି ଓଡିଆ ପୁଅଙ୍କ ନିଜ ଘର ପଟିଆ ଅଞ୍ଚଳର ହୋଇଥିବା ବେଳେ ସେ ପିଲାଦିନେ କେନ୍ଦ୍ରାପଡା ମାହାଙ୍ଗାର ଭିରା ଗ୍ରାମରେ ବଢିଛନ୍ତି ପିତା ସ୍ୱର୍ଗତଃ ଇନ୍ଦ୍ରମଣି ତ୍ରିପାଠୀ ମାତା ସ୍ୱର୍ଗତଃ ହେମଲତା ଦେବୀଙ୍କ ସନ୍ତାନ ହେଉଛନ୍ତି ଓଡିଆ ପୁଅ ତଥା ତାମିଲନାଡୁ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ

30/06/2019

Leave a Reply

Your email address will not be published. Required fields are marked *

Comments