Bikash Khabar
ଦୁର୍ଗାପୂଜା ଅବସରରେ ନୂଆ ବାର୍ତ୍ତା ଦେଲେ ନବରଙ୍ଗପୁର ଏସ୍‌ପି : ପତ୍ନୀଙ୍କ ସହ ୯ କୁମାରୀ କନ୍ୟାକୁ ପୂଜା କଲେ

 ଦଶହରା ଅବସରରେ କୁମାରୀ କନ୍ୟାଙ୍କୁ ପୂଜା କରି ନିଆରା ବାର୍ତ୍ତା ଦେଇଛନ୍ତି ନବରଙ୍ଗପୁର ଏସ୍ପି ନିତିନ କୁସଲକର ଦୁର୍ଗା ପୂଜା ଅବସରରେ ନବରଙ୍ଗପୁର ଏସ୍ପି ୯ଜଣ କୁମାରୀ କନ୍ୟାଙ୍କୁ ପୂଜା କରିଛନ୍ତି ଦିନକୁ ଦିନ ସମାଜରେ ନାରୀଙ୍କ ପ୍ରତି ଅତ୍ୟାଚାର ଚାଲିଥିବା ବେଳେ ଏସ୍ପିଙ୍କ ଏହି କନ୍ୟା ପୂଜନ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସମାଜରେ ଏବେ ବି ପୁଅ ଆଉ ଝିଅକୁ ନେଇ ଭେଦଭାବ ରହିଛି। ମହିଳାଙ୍କ ସହ ଥିବା ଅସମାନତା ଦୂର ପାଇଁ ସରକାରୀ ସ୍ତରରେ ବ୍ୟାପକ ଉଦ୍ୟମ ସତ୍ୱେ ଦିଗରେ ଯେତିକି ସଫଳତା ମିଳିବ କଥା ମିଳୁନାହିଁ  କ୍ରମରେ ଜିଲ୍ଲା ପ୍ରଶାସନ ମୁଖ୍ୟଙ୍କ ଏଭଳି ଉଦ୍ୟମ କୁ ସାଧୁବାଦ ଜଣାଇଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ   ନାରୀ ଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ସର୍ବ ଶକ୍ତିର ଆଧାର ବୋଲି ସୂଚାଇ ଦେଇଛନ୍ତିି ନବରଙ୍ଗପୁର ଏସ୍ପି ନିତିନ କୁସଲକର ନବରଙ୍ଗପୁର ପୁଲିସ ବାହିନୀ ତରଫରୁ ସ୍ଥାନୀୟ ପୁଲିସ ପଡ଼ିଆରେ ଦୁର୍ଗାପୂଜା ଚାଲିଥିବା ବେଳେ ଏହି କନ୍ୟାମାନଙ୍କୁ ପୂଜା କରାଯାଇଛି ଏସପିଙ୍କ ସହ ତାଙ୍କ ପତ୍ନୀ ଏହି ପୂଜାରେ ସାମିଲ ହୋଇଥିଲେ

10/10/2019

Leave a Reply

Your email address will not be published. Required fields are marked *

Comments