Bikash Khabar
ସରକାରୀ ଡାକ୍ତରଖାନାରେ ପ୍ରସବ କଲେ ଜିଲ୍ଲାପାଳଙ୍କ ପତ୍ନୀ, ଅନ୍ଧାରି ମୂଲକରେ ସ୍ୱାସ୍ଥ୍ୟ ସେବାକୁ ନେଇ ବଢ଼ିଲା ଆଶା

କୌଣସି ଘରୋଇ ନର୍ସିଙ୍ଗହୋମ ନୁହେଁ  କି ଷ୍ଟାରହୋଟେଲ ଭଳି ସୁବିଧା ମିଳୁଥିବା ଘରୋଇ ଡାକ୍ତରଖାନା ନୁହଁ,ମାଲକାନଗିରି ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଅନ୍ଧାରିମୂଲକର ଅପଖ୍ୟାତି ଅର୍ଜନ କରିଥିବା ମାଲକାନଗିରି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ପତ୍ନୀ   ଅପହଞ୍ଚ ସ୍ୱାସ୍ଥ୍ୟ ସେବା କୁ ନେଇ ସବୁବେଳେ ଚର୍ଚିତ ଏହି ଜିଲ୍ଲାର ସରକାରୀ ହସ୍ପିଟାଲ ରେ ନିଜ ଗର୍ଭବତୀ ପତ୍ନୀଙ୍କୁ ଦାଖଲ କରି ଜିଲ୍ଲାପାଳ ସାରା ଜିଲ୍ଲାବାସୀଙ୍କ ମନରେ ଏକ ନିଆରା ବିଶ୍ୱାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଏହି ମେଡିକାଲରେ ଅନ୍ୟ ଘରୋଇ ହସ୍ପିଟାଲ ଭଳି ସମସ୍ତ ଉନ୍ନତମାନର ସେବା ରହିଛି। ତଥାପି, ଉଚ୍ଚପାହ୍ୟାରେ ଥିବା ଅଧିକାରୀମାନେ ନିଜ ପରିବାର ଲୋକଙ୍କୁ ସରକାରୀ ମେଡିକାଲ ନନେଇ ବଡ଼ ଘରୋଇ ହସ୍ପିଟାଲକୁ ନେବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଥିଲା। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି। ଜିଲ୍ଲାପାଳ ସରକାରୀ ମେଡିକାଲରେ ନିଜର ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଏଠାରେ ହିଁ ପ୍ରସବ କରାଇଛନ୍ତି। ଆଜି ତାଙ୍କର ଏକ ଶିଶୁପୁତ୍ର ଜନ୍ମ ନେଇଛନ୍ତି। ଯାହାକି ଏବେ ଜିଲ୍ଲାସାରା ସାଧାରଣରେ ବେଶ୍ଚର୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ମାଲକାନଗିରି ଏସପି ଜଗମୋହନ ମୀନା ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ପତ୍ନୀଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରାଇଥିଲେ। ମାଲକାନଗିରି ଏସପି ଜିଲ୍ଲାପାଳ ନିଜ ପତ୍ନୀ ମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତିକରି ଜନସାଧାରଣଙ୍କୁ ଏଠାକାର ଡାକ୍ତରଖାନାରେ ସମସ୍ତ ସୁବିଧା ଉପଲବ୍ଧ ବୋଲି ପରୋକ୍ଷରେ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଜିଲ୍ଲାର ସ୍ୱାସ୍ଥ୍ୟ  ସେବା ଦିଗରେ ନିଶ୍ଚିତ ଭାବେ ସହାୟକ ହୋଇପାରିବ

 

14/07/2019

Leave a Reply

Your email address will not be published. Required fields are marked *

Comments