Bikash Khabar
କ୍ଷତିପୂରକ ବନୀକରଣ ସହାୟତା ବାବଦରେ ଓଡିଶାକୁ ମିଳିଲା ୫୯୩୩ କୋଟି

କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଯୋଜନା କର୍ତ୍ତୃପକ୍ଷ(କାମ୍ପା)ରେ ୨୦୦୬-୦୭ରୁ ୨୦୧୯ ଫେବୃୟାରୀ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ପାଇଛନ୍ତି। ଯୋଜନା କାର୍ଯ୍ୟକାରୀ ହେବାଠାରୁ ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ କେନ୍ଦ୍ର ସରକାର ଆଡ୍ହକ କାମ୍ପା ପାଣ୍ଠିରୁ ୨୦୬୪୪ କୋଟି ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସମୁଦାୟ ଅର୍ଥରୁ ବିଭିନ୍ନ କାର୍ଯ୍ୟକ୍ରମରେ ୨୬୧୧ କୋଟି ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ମଙ୍ଗଳବାର ପ୍ରଶ୍ନୋତ୍ତର ବେଳେ ମୂଳ ପ୍ରଶ୍ନରେ କହିଥିଲେ ଯେ କାମ୍ପା ଯୋଜନା କାର୍ଯ୍ୟକାରୀ ହେବାଠାରୁ ପର୍ଯ୍ୟନ୍ତ କେନ୍ଦ୍ର ସରକାର କେତେ ଅର୍ଥ ଦେଇଛନ୍ତି ଏହାକୁ କିଭଳି ଖର୍ଚ୍ଚ କରାଯାଇଛି। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ମୋହନ ମାଝି, ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ଖର୍ଚ୍ଚ ବିଳମ୍ବ ହେବାର କାରଣ ଣ। ଆମ୍ବ ଗଛ ଜାଗାରେ ଆମ୍ବଡ଼ା ଗଛ ଲଗାଇଲେ ତା ଲାଭ ଣ। ଆମାଜନ ଜଙ୍ଗଲ ଜଳିବା ପରେ ବାୟୁମଣ୍ଡଳରୁ ୨୦% ଅମ୍ଳଜାନ ନଷ୍ଟ ହୋଇଛି। ଏହାକୁ ଭରଣା କରିବା ପାଇଁ ଜଙ୍ଗଲ ବିଭାଗ କି ପଦକ୍ଷେପ ନେଇଛି। ମହାନଦୀ କୂଳର ଏକ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ କେତେ ଗଛ ଲଗାଯାଇଛି। ଜଙ୍ଗଲରେ ଗଛ ବଞ୍ଚିଛି କି ନାହିଁ ସେ କଥା ସରକାର ଦେଖିଛନ୍ତି କି। ବିଭାଗୀୟ ଅଧିକାରୀଙ୍କୁ ପଠାଇ ସେଗୁଡ଼ିକୁ ଦେଖିବେ କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ ଜଙ୍ଗଲର ବୃଦ୍ଧି , ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ସୁରକ୍ଷା ପରିବେଶ ରକ୍ଷା ପାଇଁ କାମ୍ପା ପାଣ୍ଠିକୁ ବିନିଯୋଗ କରାଯାଉଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବୃକ୍ଷରୋପଣ ହେଉଛି। ୨୦୦୯-୧୭ ମଧ୍ୟରେ କେନ୍ଦ୍ର ସରକାର ଉକ୍ତ ଯୋଜନାରେ ୨୬୪୪.୧୫ କୋଟି ଟଙ୍କା ଦେଇଥିଲେ। ଚଳିତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବୈଠକ ଡାକିଥିଲେ। ଏହି ବୈଠକ ପରେ କେନ୍ଦ୍ର ସରକାର ୫୯୩୩.୯୮ କୋଟି ଟଙ୍କା ଦେଇଛନ୍ତି। ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

 

27/11/2019

Leave a Reply

Your email address will not be published. Required fields are marked *

Comments