Bikash Khabar
କ୍ଷତିପୂରକ ବନୀକରଣ ପାଣ୍ଠିରୁ ଓଡିଶା ପାଇଲା ୫୯୩୪ କୋଟି

ଜଙ୍ଗଲ ଆୟତନ ଦୃଷ୍ଟିରୁ ଓଡ଼ିଶା ଦେଶର ଚତୁର୍ଥ ରାଜ୍ୟ। କିନ୍ତୁ କେନ୍ଦ୍ର ସରକାର ଜାତୀୟ କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଯୋଜନା ପାଇଁ ଓଡ଼ିଶାକୁ ସବୁଠାରୁ ଅଧିକ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶା ପରେ ଛତିଶଗଡ ଦ୍ବିତୀୟ ରାଜ୍ୟ ଭାବେ ୫୭୯୧ କୋଟି ୭୦ଲକ୍ଷ ଟଙ୍କା ପାଇଛି।ନୂଆଦିଲ୍ଲୀ ପର୍ଯ୍ୟାବରଣ ଭବନରେ ଅନୁଷ୍ଠିତ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ସମ୍ମିଳନୀରେ  ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଠାରୁ ଓଡ଼ିଶାର ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଚେକ୍ ଗ୍ରହଣ କରିଥିଲେ।  କେନ୍ଦ୍ର ସରକାର (୨୭ଟି ରାଜ୍ୟକୁ) ମୋଟ ୪୭ ହଜାର ୪୩୬ କୋଟି ଟଙ୍କା ବାବଦରେ ବିଭିନ୍ନ ରାଜ୍ୟକୁ ବାଣ୍ଟିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ ଯେ  କାମ୍ପା ପାଣ୍ଠି ଅନ୍ତର୍ଗତ ଅର୍ଥ ବେତନ, ଯାତାୟତ ଭତ୍ତା ତଥା ମେଡିକାଲ ଖର୍ଚ୍ଚରେ ଉପୟୋଗ କରାଯାଇ ପାରିବ ନାହିଁ। ପାଣ୍ଠିକୁ କେବଳ ବନୀକରଣ କାର୍ଯ୍ୟକ୍ରମ ତଥା ବନ୍ୟଜନ୍ତୁ ପରିଚାଳନା କାର୍ଯ୍ୟରେ ବିନିଯୋଗ କରାଯିବ। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ ୨୦୧୬ ନିୟମ ୨୦୧୮ର କାର୍ଯ୍ୟକାରୀ ପାଇଁ ସରକାର ଯତ୍ନବାନ ଅଛନ୍ତି। ଏହି ଅର୍ଥ ଉପଯୋଗ କ୍ଷେତ୍ର ରେ  ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ରାଜ୍ୟ। ୨୦୦୯-୧୦ ଆର୍ଥକ ବର୍ଷରୁ ୨୦୧୭-୧୮ ମଧ୍ୟରେ ୯ଟି ବାର୍ଷିକ କାମ୍ପା ଜୋଯଜନାରେ ଓଡ଼ିଶାକୁ ବିଭିନ୍ନ କିସ୍ତିରେ ହଜାର ୬୦୭ େକାଟି ଟଙ୍କା ମିଳିଥିଲା। ଏଥିରୁ ୯୨ପ୍ରତିଶତ ଅର୍ଥାତ୍ ୨ହଜାର ୬୦୭ କୋଟି  ଟଙ୍କା ଖର୍ଚ୍ଚ ହୋଇଛି।

ଏହି ବୈଠକରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡାକ୍ତର ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ . ସନ୍ଦୀପ ତ୍ରିପାଠୀ, ମୁଖ୍ୟ ବନ ସଂରକ୍ଷକ ଉମା ନାନ୍ଦୁରୀ ପ୍ରମୁଖ ଉପସ୍ଥିତ ଥିଲେ। କାମ୍ପା ପାଣ୍ଠିରୁ ଓଡିଶା କୁ ଏହି ପରିମାଣର ଅର୍ଥରାଶି ପ୍ରଦାନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ବିଭାଗୀୟ ମନ୍ତ୍ରୀ ଜାଭେଦକର ଙ୍କୁ କୃତଜ୍ଞତା ଜଣାଇଛନ୍ତି।

30/08/2019

Leave a Reply

Your email address will not be published. Required fields are marked *

Comments