Bikash Khabar
ସବୁ ବିଭାଗ ପାଇଁ ଏଣିକି ଓଡ଼ିଶାୱାନ୍‌‌ ପୋର୍ଟାଲ

ଏଣିକି ସବୁ ବିଭାଗର ତଥ୍ୟ ଜନ ସେବା ଗୋଟିଏ ଇଲେକ୍ଟ୍ରୋନିକ୍ସ୍ବ୍ୟବସ୍ଥାରେ ସାଧାରଣ ଲୋକଙ୍କୁ ଉପଲବ୍ଧ କରାଯିବ। ଏଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ୍ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଓଡ଼ିଶାଵାନ୍ପୋର୍ଟାଲ୍ବିକଶିତ କରିଛି। ମଙ୍ଗଳବାର  ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏବେସୁଦ୍ଧା କେବଳ ପାଣି, ବିଦ୍ୟୁତ ବିଲ୍, ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପରି ୭ଟି ସେବା ଅନଲାଇନ୍ପୋର୍ଟାଲ୍ରେ ସଂଯୋଗ କରାଯାଇଛି। ନୂତନ ପୋର୍ଟାଲ୍କାର୍ଯ୍ୟକ୍ଷମ ହେଲେ ଗୋଟିଏ ପ୍ଲାଟ୍ଫର୍ମ୍ରେ ସବୁ ବିଭାଗ ପାଇଁ ଅନ୍ଲାଇନ୍ପଇଠ ବ୍ୟବସ୍ଥା ହୋଇପାରିବ। ଆସନ୍ତା ଏକ ମାସ ଭିତରେ ନୂତନ ପୋର୍ଟାଲ୍କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମ୍ପର୍କରେ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇ କହିଛନ୍ତି, ସରକାରଙ୍କ ବିଭିନ୍ନ ବିଭାଗର -ଗଭର୍ଣ୍ଣାନ୍ସ୍ପୋର୍ଟାଲ୍କୁ ଏହି ନୂତନ ଓଡ଼ିଶାଵାନ୍ପୋର୍ଟାଲରେ ସଂଯୋଗ କରାଯାଉ। ଏହାସହିତ ଜମା, ପ୍ରାପ୍ୟ ପଇଠ ପାଇଁ ବ୍ୟାଙ୍କ୍ ପେଟିଏମ୍ସୁବିଧା ରହିବ। ଏହି ଇଲୋକ୍ଟ୍ରୋନିକ୍ସ୍ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆଇଟି ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି, ସାଧାରଣ ଲୋକ ସରକାରଙ୍କ ଭିତରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ଏହି ସମନ୍ବିତ ବ୍ୟବସ୍ଥା ବିକାଶ କରାଯାଇଛି। ଏହାକୁ ଜଣେ ବ୍ୟକ୍ତି ନିଜେ ଇଣ୍ଟରନେଟ୍ଜରିଆରେ ବ୍ୟବହାର କରିପାରିବେ କିମ୍ବା ସରକାରଙ୍କ ଜନସେବା କେନ୍ଦ୍ରରେ ଏହି ସେବା ପାଇପାରିବେ। ଓଡ଼ିଶାଵାନ୍ପୋର୍ଟାଲ୍କୁ ଏପରି ବିକଶିତ କରାଯାଇଛି ବିଭିନ୍ନ ସରକାରୀ ବିଭାଗର ପ୍ରଯୁକ୍ତିଗତ ବ୍ୟବାହାର ମଧ୍ୟ ଏହି ପ୍ଲାଟ୍ଫର୍ମ୍ଜରିଆରେ କରାଯାଇପାରିବ। ଅନଲାଇନ୍ପୋର୍ଟାଲ ଜରିଆରେ ଏବେ କେବଳ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର, ହୋଲ୍ଡିଂ ଟିକସ, ଟ୍ରେଡ୍ଲାଇସେନ୍ ଫି, ପାଣି ବିଲ୍, ବିଦ୍ୟୁତ୍ବିଲ୍, ଓଏସ୍ଆର୍ଟିସି ବସ୍ଟିକେଟ୍ବୁକିଂ ଅନ୍ଲାଇନ୍ଜରିଆରେ କରାଯାଇପାରୁଛି। ଓଡ଼ିଶାଵାନ୍ପୋର୍ଟାଲ୍କାର୍ଯ୍ୟକ୍ଷମ ହେବା ପରେ ସବୁ ବିଭାଗର ଜନ ସେବାକୁ ଅନ୍ଲାଇନ ଜରିଆରେ କରାଯାଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

22/07/2020

Leave a Reply

Your email address will not be published. Required fields are marked *

Comments