Bikash Khabar
ସୌର କ୍ଷମତା ବିନିଯୋଗରେ ଓଡ଼ିଶାର ସ୍ଥାନ ୧୭

ରାଜ୍ୟ ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ୍କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ୨୦୧୮ ଶେଷ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୧୯୫ ମେଗାୱାଟ୍ ରହିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର .୦୯ ପ୍ରତିଶତ ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ସୌର ଶକ୍ତି ଉତ୍ପାଦନର ବିପୁଳ ସାମର୍ଥ୍ୟ ରହିଛି। ୨୫,୭୮୦ ମେଗାୱାଟ୍ସୌର ଶକ୍ତି ଉତ୍ପାଦନ କ୍ଷମତା ରାଜ୍ୟର ରହିଥିବା ଆକଳନ କରାଯାଇଛି। କିନ୍ତୁ ସୌର କ୍ଷମତାର ବିନିଯୋଗ କ୍ଷେତ୍ରରେ ଓଡ଼ିଶା ୨୯ଟି ରାଜ୍ୟ ମଧ୍ୟରେ ୧୭ତମ ସ୍ଥାନରେ ରହିଛି। ସେହିଭଳି ସୋଲାର ପାର୍କ ଅଲଟ୍ରାମେଗା ସୋଲାର ପାୱାର ପ୍ରକଳ୍ପ (ୟୁଏମ୍ଏସ୍ପିପି) ସ୍ଥାପନ କ୍ଷେତ୍ରରେ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି। ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଯୋଜନା ଅନୁଯାୟୀ, ସମ୍ଭାବ୍ୟ ବିକାଶକାରୀଙ୍କ ଦ୍ବାରା ୫୦୦ ମେଗାୱାଟ୍ସୌରଶକ୍ତି ଉତ୍ପାଦନକ୍ଷମ ପ୍ରକଳ୍ପ ଗୁଡ଼ିକୁ ବିକଶିତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଅଞ୍ଚଳ ସୃଷ୍ଟି କରାଯିବା ଆବଶ୍ୟକ। ଭାରତ ସରକାର ମେଗାୱାଟ୍ ପ୍ରତି ୨୦ ଲକ୍ଷ ଟଙ୍କା କିମ୍ବା ପ୍ରକଳ୍ପ ମୂଲ୍ୟର ୩୦ ପ୍ରତିଶତ ମଧ୍ୟରୁ ଯେଉଁଟି କମ୍ସହାୟତା ପ୍ରଦାନ କରିବେ। ଭାରତ ସରକାର ସୋଲର ପାର୍କଗୁଡ଼ିକୁ ଅନୁମୋଦ ଲାଭ କରିବାର ୧୮ ମାସ ମଧ୍ୟରେ ସ୍ଥାପନ କରିବା ପାଇଁ ଅକ୍ଟୋବର ୨୦୧୫ରେ ସ୍ବୀକୃତି ପ୍ରଦାନ କରିଥିଲେ। ସବୁଜ ଶକ୍ତି ଉନ୍ନୟନ ନିଗମ ଲିମିଟେଡ (ଜିଇଡିସିଓଏଲ୍‌) ୨୦୧୮ ଏପ୍ରିଲରେ ୨୭୫ ମେଗାୱାଟ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ପ୍ରକଳ୍ପକୁ ଅନୁମୋଦନ କରାଯିବାର ୩୪ ମାସ ପରେ ମଧ୍ୟ (୨୦୧୮ ସେପ୍ଟେମ୍ବର ସୁଦ୍ଧା) ପ୍ରକଳ୍ପ ସ୍ଥାପନ ନିମନ୍ତେ ଜମି ଅଧିଗ୍ରହଣ କରି ନଥିଲେ

07/10/2020

Leave a Reply

Your email address will not be published. Required fields are marked *

Comments