Bikash Khabar
‘ଓଡ଼ିଶା ପଜିଟିଭ୍ ପକ୍ଷରୁ ୧୧ ଦେଶର ଓଡ଼ିଆ କଳାକାରଙ୍କୁ ନେଇ ଅନଲାଇନ ରେ କୁମାରପୁର୍ଣିମା

ବିଭିନ୍ନ ଦେଶରେ ରହୁଥିବା  ଓଡ଼ିଆ କଳାକାରଙ୍କୁ ନେଇ କୁମାର ପୂର୍ଣ୍ଣମୀ କୁ ନିଆରା ଢଙ୍ଗରେ ପାଳନ କରାଯାଇଛି।  ବିଶ୍ବର ବିଭିନ୍ନ ଦେଶମାନଙ୍କରେ ଅବସ୍ଥାନ କରୁଥିବା ବୁଦ୍ଧିଜୀବୀ ଓଡ଼ିଆଙ୍କ ଅନୁଷ୍ଠାନ ଓଡ଼ିଶା ପଜିଟିଭ୍ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ଏସୀୟ ଦେଶ ମାନଙ୍କରେ ଥିବା ଶାଖାମାନେ ସାମିଲ୍ହୋଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର କଳାକାରଙ୍କୁ ଅନଲାଇନ୍ରେ ଯୋଡ଼ା ଯାଇଥିଲା କୁମାରପୂର୍ଣ୍ଣିମା ଉତ୍ସବ କୁ ନୃତ୍ୟ,ସଂଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଇଥିଲା ଜାପାନ, ଚୀନ, ହଂକଂ, ତାଇୱାନ୍, ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ମ୍ୟାଁମାର, ଭାରତ ଆଦି ୧୧ଟି ଦେଶର ଓଡ଼ିଆ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ, ଆଇ.ସି.ସି.ଆର୍ ମହାନିର୍ଦେଶକ ଦୀନେଶ କୁମାର ପଟ୍ଟନାୟକ; ପର୍ଯ୍ୟଟନ, ଭାଷା ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କହିଥିଲେ, ବିଦେଶରେ ଥିବା ପ୍ରବାସୀ ଓଡ଼ିଆ କଳାକାରଙ୍କୁ ଏକାଠି କରିବାରେ ଅନୁଷ୍ଠାନର ଭୂମିକା ପ୍ରଶଂସନୀୟ। ଅନଲାଇନ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାପାନର ଓଡିଶୀ ନୃତ୍ୟଶିଳ୍ପୀ ଚିସାଟୋ ମିଉରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ମହିକା ପାଣ୍ଡେ କୁଆଁର ପୁନେଇଁ ଜହ୍ନ ଲୋ, ଫୁଲ ବଉଳ ବେଣୀ..ଗୀତରେ ନୃତ୍ୟ କରିଥିଲେ। ସିଙ୍ଗାପୁରରେ ଥିବା ଓଡ଼ିଆ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ଲୋକ ନୃତ୍ୟ ଆକର୍ଷଣ ସାଜିଥିଲା। ମାଲେସିଆର କଳାକାର ବୃନ୍ଦ ସଂଗୀତ ଭେଟି ଦେଇଥିଲେ। ଭିଏତନାମରୁ ଟୁନା ଖଟୁଆ ଶ୍ଳୋକ ପାଠ କରିଥିଲେ। ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଦେବାଜ୍ୟୋତି ବିଶ୍ବାଳ ରିତିକା ମଣ୍ଡଳ। ଥାଇଲାଣ୍ଡର ଶିଳ୍ପୀମାନେ ସଂଗୀତ ପ୍ରସ୍ତୁତ କରିଥିଲେ।

01/11/2020

Leave a Reply

Your email address will not be published. Required fields are marked *

Comments