Bikash Khabar
ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍

ରସଗୋଲାକୁ ନେଇ ଆସିଛି ମିଠା ଖବର ଶେଷରେ  ରସଗୋଲାକୁ ନେଇ ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଦୀର୍ଘଦିନରୁ ରାଜ୍ୟ ସରକାର ଦାବି କରି ଆସୁଥିବା ବେଳେ ଏବେ ଓଡ଼ିଶା ରସଗୋଲା ଭାବେ ଜିଆଇ ମାନ୍ୟତା ମିଳିଛି ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଓଡ଼ିଶା ରସଗୋଲାକୁ ମାନ୍ୟତା ଦିଆଯାଇଥିବା ବେଳେ ଏହାର ପ୍ରମାଣପତ୍ର ମଧ୍ୟ ଦିଆଯାଇଛି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ଆବେଦନ କରାଯାଇଥିଲା ଏହାପୂର୍ବରୁ ପଶ୍ଚିମବଙ୍ଗ ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଥିଲା ବାଂଲା ରସଗୋଲା ଭାବେ ଏହାକୁ ଜିଆଇ ଟ୍ୟାଗ୍ ମିଳିଥିଲା ତେବେ ଏଥିରେ ରାଜ୍ୟ ସରକାର ଅସନ୍ତୋଷ ଜାହିର କରିବା ସହ ଓଡ଼ିଶା ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ଦେବାକୁ ଦାବି କରିଥିଲେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଏକ କମିଟି ମଧ୍ୟ ଗଠନ କରିଥିଲେ ରାଜ୍ୟ ସରକାର ଆଉ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଦାବି ପରେ ଓଡ଼ିଶା ରସଗୋଲା ଉପରେ ଜିଆଇ ଟ୍ୟାଗର ମୋହର ବାଜିଛି ସୂଚନାଯୋଗ୍ୟ ଯେ ଓଡ଼ିଶାର ମିଠା କାରିଗର ମାନେ ବର୍ଷବର୍ଷ ଧରି ରସଗୋଲା ତିଆରି କରିଥାନ୍ତି ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଲାଗି ହେବାର ପରମ୍ପରା ବହୁ ପୁରୁଣା ଏବେ ଓଡିଶା ରସଗୋଲା କୁ ମାନ୍ୟତା ମିଳିଥିବାରୁ ମିଠା ବ୍ୟବସାୟୀ ଙ୍କ ସମେତ ଓଡିଶା ବସି ବେଶ ଖୁସି ଜାହିର କରିଛନ୍ତି

29/07/2019

Leave a Reply

Your email address will not be published. Required fields are marked *

Comments