Bikash Khabar
ଓଡିଶା ସଚିବାଳୟର ନାଁ ବଦଳିବ,ହେବ ଲୋକସେବା ଭବନ

ରାଜ୍ୟ ସଚିବାଳୟର ନାଁ ବଦଳିବ। ଏହାର ନୂଆଁ ନାଁ  ରହିବ ଓଡ଼ିଶା ଲୋକସେବା ଭବନ। ସୋମବାର ବିଧାନସଭାରେ ଗୃହ ଏବଂ  ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇ ଘୋଷଣା କରିଛନ୍ତି। ସଚିବଙ୍କ ନାମରେ ସଚିବାଳୟ ରହୁଥିବାରୁ ଏହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ଆପତ୍ତି ଉଠାଇ ଆସୁଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଲା ଯେ ବିଭାଗର ମୁଖ୍ୟ ହେଉଛନ୍ତି ମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟକୁ ମନ୍ତ୍ରଣାଳୟ ଭାବେ ନାମିତ କରାଯାଇଛି। ସେହିଭଳି ସଚିବାଳୟକୁ ବଦଳାଯାଇ କାହିଁକି ମନ୍ତ୍ରଣାଳୟ କରାଯିବ ନାହିଁ। ସରକାର ଏହାକୁ ଗୁରୁତର ସହ ନେଇ ସଚିବାଳୟ ନାମକୁ ପରିବର୍ତ୍ତନ କରିବାକୁ ବିରୋଧୀ ଦଳ ସଦସ୍ୟମାନେ ଦୀର୍ଘବର୍ଷ ହେବ ଦାବି କରିଆସୁଥିଲେ। ଶେଷରେ ସରକାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଚିବାଳୟର ନାମ ମନ୍ତ୍ରଣାଳୟ କରି ଥିଲେ ମଧ୍ୟ ଏହାକୁ ଲୋକମାନଙ୍କ ସେବା ପାଇଁ ଉତ୍ସର୍ଗ କରି ଲୋକସେବା ଭବନର ନାମରେ ନାମିତ କରିଛନ୍ତି। ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସରକାର ସଚିବାଳୟର ନାମ ଲୋକସେବା ଭବନ ନାମରେ ନାମିତ କରିଥିବା କୁହାଯାଉଛି । ସୋମବାର ଖର୍ଚ୍ଚ ଦାବି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ବିଶ୍ୱାସଭାଜନ ହେବା ଯୋଗୁ ଲଗାତର ୫ଥର ଆମ ସରକାର ଶାସନକୁ ଫେରିଛି। ଏଥିପାଇଁ ମୁଁ ଲୋକଙ୍କ ନିକଟରେ ଋଣୀ ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଆମେ କଠିନ ପରିଶ୍ରମ ଜାରି ରଖିବୁ

30/07/2019

Leave a Reply

Your email address will not be published. Required fields are marked *

Comments