Bikash Khabar
ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

 ଭୁବନେଶ୍ବର ବାପୁଜୀନଗରସ୍ଥିତ ପ୍ୟାରିସ୍ବେକ୍ରି ଆଉଟ୍‌‌ଲେଟ୍ରେ ଉଡ୍ର ଚାରିଟେବଲ୍ଟ୍ରଷ୍ଟ୍ପକ୍ଷରୁ ପୁରୁଣା ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ ଦାସନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ୟାରିସ ବେକ୍ରିର ମୁଖ୍ୟ ବିଟି ଭରଦ୍ବାଜ, ଉଡ୍ର ଚାରିଟେବଲ୍ଟ୍ରଷ୍ଟ୍ ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ   ସୂର୍ଯ୍ୟପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଥିଲେ ଦିଅ,ନଥିଲେ ନିଅଅଭିଯାନରୁ ଅନୁପ୍ରାଣିତ ହୋଇ ଉଡ୍ର ପକ୍ଷରୁ ଏହି ବସ୍ତ୍ର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସାମିଲ୍ହେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ପୁରୁଣା କିମ୍ବା ନୂଆ ବସ୍ତ୍ରକୁ ଦାନ କରିପାରିବେ। ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ। ନିଜର ବସ୍ତ୍ର ଦାନ କରିବା ପାଇଁ ୯୯୩୭୦୬୦୦୦୫ରେ ଯୋଗାଯୋଗ କରିବାକୁ ହେବ। ଓଡ଼ିଶା ବାହାରେ ଯଥା କୋଲକାତା, ପୁଣେ, ମୁମ୍ବାଇ ହାଇଦ୍ରାବାଦ୍ ବାସିନ୍ଦାମାନେ ୭୪୪୭୪୪୯୨୯୬ ନମ୍ବରରେ ଯୋଗାଯୋଗ କରିପାରିବେ। ଅଭିଯାନର ଟ୍ୟାଗ୍ଲାଇନ ରହିଛି ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଆଉ ଏକ ଜୀବନ।ସହର ରେ ଏବେ ବି ଅନେକ ଲୋକ ଖଣ୍ଡିଏ ଶୀତ ବସ୍ତ୍ର ପାଇପାରୁନଥିବା ବେଳେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ପୁରୁଣା ବସ୍ତକୁ ଫିଙ୍ଗିଦେଉଛନ୍ତି ଏହି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୋଗାଯୋଗ କରି ଶୀତ ରୁ ଅନେକଙ୍କୁ ମୁକ୍ତି ଦେବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଥିବା ବକ୍ତାମାନେ କହିଛନ୍ତି

02/01/2020

Leave a Reply

Your email address will not be published. Required fields are marked *

Comments