Bikash Khabar
୨ ମାସରେ କୋଟିଏରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ରାଜ୍ୟ ସରକାର

 ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବାର ମାସ ଭିତରେ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ହୋଇଛି। ଏନେଇ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି।ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୪୬ ଲକ୍ଷ ୮୫୦ ଟଙ୍କା, ବୀମା ନଥିବାରୁ ୧୩ ଲକ୍ଷ ୭୯ ହଜାର ୭୦୦ ଟଙ୍କା ଆଦାୟ କରାଯାଇଛି ସେହିଭଳି ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ଗାଡ଼ି ଚଳାଉଥିବାରୁ ୩୮ଲକ୍ଷ ୧୬ ହଜାର ୧୧୦ ଟଙ୍କା ମଦ୍ୟାପାନ କରି ଗାଡି ଚଳାଉଥିବାରୁ ଲକ୍ଷ ୩୮ ହଜାର ୧୦୦ଟଙ୍କା ଆଦାୟ କରାଯାଇଛି। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ୱର ପହିଲାରୁ ନଭେମ୍ବର ପହିଲା ମଧ୍ୟରେ ରାଜ୍ୟରେ କେତେ ଜୋରିମାନା ଆଦାୟ ହୋଇଛି? ସେ ନେଇ ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି

15/11/2019

Leave a Reply

Your email address will not be published. Required fields are marked *

Comments