Bikash Khabar
ପିଆଜ କିଲୋ ୩୫,ବର୍ଷାକୁ ଦାୟୀ କରି ବସିଯାଇଛନ୍ତି ସରକାର

ରାଜ୍ୟରେ ବଢିଚାଲିଛି ପିଆଜ ଦର। କେଉଁଠି ୩୫  କେଉଁଠି କିଲୋ ପ୍ରତି ୪୦  ଟଙ୍କାରେ ବିକ୍ରି ହେଉଛି ପିଆଜ। ପିଆଜ ମୂଲ୍ୟରେ ଏଭଳି ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କଲାଣି। ଏଭଳି ସମୟରେ ଖାଉଟି ଙ୍କୁ ସହାୟତା ଦେବା ବଦଳରେ ପିଆଜ ଉତ୍ପାଦନ ହେଉଥିବା ରାଜ୍ୟରେ ବର୍ଷାକୁ ଦାୟୀକରି ରାଜ୍ୟ ସରକାର ନିଜ ଦାୟିତ୍ବରୁ ଓହରିଯାଇଥିବା ଭଳି  ମନେ ହୋଇଛି ତେଣେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାଫେଡ୍ଏମ୍ଡି, ଏସିସିଏଫ୍ ଏମ୍ଡି, ସଫଳ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ବନ୍ୟା ଯୋଗୁ ଯୋଗାଣ ଜନିତ ସମସ୍ୟା ଦେଖାଦେଇଛି।ଏହାର ପ୍ରଭାବ ସିଧାସଳଖ ଭାବେ ରଜ୍ୟର ପିଆଜ ବଜାରରେ ପଡିଛି। ଯାହା ଫଳରେ ଦିନ କେଇଟା ମଧ୍ୟରେ ପିଆଜ ଦର କିଲୋ ପିଛା ୨୨ ଟଙ୍କାରୁ ୩୫ ଟଙ୍କା ଛୁଇଁଛି। ରବିବାର ଭୁବନେଶ୍ବରର ପରିବା ପେଣ୍ଠସ୍ଥଳ ଆଇଗଣିଆଠାରେ ପିଆଜର ପାଇକାରୀ ଦର କ୍ବିଣ୍ଟାଲ ପିଛା ୨୫୦୦ରୁ ୨୮୦୦ ଟଙ୍କା ମଧ୍ୟରେ ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ଯୋଗାଣ ବିଭାଗକୁ ଦାୟୀ କରୁଛନ୍ତି। କାରଣ ବର୍ତ୍ତମାନ ଏଭଳି ଉଚ୍ଚ ରହିଥିବାବେଳେ ଆଗକୁ ପାର୍ବଣ, ସେତେବେଳେ ପରିସ୍ଥିତି ଅଣାୟତ୍ତ ହୋଇପାରେ। ଏଯାଏ ବିଭାଗ ପକ୍ଷରୁ ମହଜୁଦକାରୀଙ୍କ ଉପରେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ପ୍ରତ୍ୟେକ ବର୍ଷ ପାର୍ବଣର ଅବ୍ୟବହିତ ପୂର୍ବରୁ ପିଆଜ ବେକାବୁ ହୋଇଯାଉଛି ଉର୍ବର ମାଟି,ଉନ୍ନତ ଜ୍ଞାନକୌଶଳ ସୁହାଇବା ଭଳି ଜଳବାୟୁ ଥିବା ସତ୍ୱେ ଓଡ଼ିଶାର ପିଆଜ ଚାଷ ଆଗକୁ ବଢିପାରୁନାହିଁ ନୂଆପଡା,କଳାହାଣ୍ଡି,ଦେବଗଡ଼ ଭଳି ଜିଲ୍ଲାଗୁଡିକରେ ପିଆଜ ଚାଷ ହେଉଥିଲେହେଁ ସଂରକ୍ଷଣ ପ୍ରକ୍ରିୟା କରଣ ଦିଗରେ ସରକାର ଆଖିବୁଜି ଦେଇଛନ୍ତି ବର୍ଷ ବର୍ଷ ଧରି ଓଡିଶା କୃଷିକ୍ଷେତ୍ର ରେ ଅଗ୍ରଗତି କରୁଛି ବୋଲି ସୂଚିତ କରାଯାଉଛି କିନ୍ତୁ ପଶ୍ଚିମବଙ୍ଗ ରୁ ଆଳୁ,ମହାରାଷ୍ଟ୍ରରୁ ପିଆଜ,ତାମିଲନାଡୁ ରୁ ନଡ଼ିଆ,ଆନ୍ଧ୍ର ରୁ ଆମ୍ବ,କଦଳୀ, ଅଣ୍ଡା ଅଣାଯାଉଛି ପ୍ରତିବର୍ଷ ଅଗଷ୍ଟ,ସେପ୍ଟେମ୍ବର ମାସରେ ଓଡ଼ିଶାରେ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ସରକାର କେବେ କେନ୍ଦ୍ର କେବେ ଇନ୍ଦ୍ର ଙ୍କୁ ଦାୟୀ କରି ନିଜର ଉତ୍ତର ଦାୟିତ୍ୱ ଅପସାରଣ କରିବାରେ ଲାଗୁଛନ୍ତି

26/08/2019

Leave a Reply

Your email address will not be published. Required fields are marked *

Comments