Bikash Khabar
ପିଆଜ ସଂରକ୍ଷଣ ଗୃହ ପାଲଟିଛି କୁକୁଡ଼ାଘର

ବୌଦ୍ଧ ଜିଲ୍ଲାରେ ଫେଲ ମାରିଛି ପିଆଜ ମିଶନ। ପିଆଜ ଉତ୍ପାଦନ କିଭଳି ବଢିବ ସେ ଦିଗରେ ଦୃଷ୍ଟି ଦେଇ ପିଆଜ ସଂରକ୍ଷଣ ଗୃହ ତିଆରିରେ ଦୃଷ୍ଟି ଦେବାରୁ ଏବେ ଜିଲାର ପିଆଜ ଚାଷୀଙ୍କ ଆଖିରୁ ଲୁହ ବୋହୁଛି।  ଉର୍ବରମାଟି,ଅନୁକୂଳ ଜଳବାୟୁ ଥିବାରୁ ଏଠାରେ ପିଆଜ ଚାଷ ଭଲ ହୋଇଥାଏ ଲୋକେ ପାରମ୍ପରିକ ଜ୍ଞାନ ଉପଲବ୍ଧ ସମ୍ବଳର ବିନିଯୋଗ କରି କମ ଜାଗାରେ ପିଆଜ ଚାଷ କରିଥାନ୍ତି ପିଆଜର ଭଲ ଅମଳଦେଖାଯିବ ପରେ ସରକାର ଦିଗରେ ସହାୟତା କରିବାକୁ ଆଗେଇ ଆସିଥିଲେ ପାଲଝାର ଠାରେ ଭାରତର ଦ୍ବିତୀୟ ବୃହତ ପିଆଜ ଗବେଷଣା କେନ୍ଦ୍ର ଖୋଲାଯାଇଥିଲା ଏଥିପାଇଁ ଉଦ୍ୟାନ ବିଭାଗ ପକ୍ଷରୁ କେତେକ ଚାଷୀଙ୍କୁ ସଂରକ୍ଷଣ ନିମନ୍ତେ ପିଆଜ ଘର ଆବଣ୍ଟନ କରାଯାଇଥିଲା କିନ୍ତୁ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ କ୍ଷତି ସହିଛି ପିଆଜ ଚାଷୀ ପିଆଜ ଚାଷୀ ପାଇଁ ଆବଣ୍ଟନ କରାଯାଇଥିବା ଘର ଏବେ କୁକୁଡ଼ା ଘର ପାଲଟିଛି ତେବେ ଚଳିତ ବର୍ଷ ଜିଲ୍ଲାରେ ପିଆଜ ଚାଷ ଭଲ ହୋଇନଥିବା ଘଟଣାକୁ ଖୋଦ୍ ଉଦ୍ୟାନ ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି ଉଦ୍ୟାନ ବିଭାଗ ଆବଶ୍ୟକୀୟ ବିହନ ଯୋଗାଣରେ ସହାୟତା କରିନଥିବା ଚାଷୀମାନେ କହନ୍ତି ଫସଲର ରୋଗପୋକ ପାଇଁ ଏକାଧିକ ଥର ଅଭିଯୋଗ କଲେବି କେହି ଶୁଣୁ ନାହାନ୍ତି ବିଗତ ଦୁଇବର୍ଷ ଧରି ଚାଷୀମାନେ କ୍ଷତି ସାହିବ ପରେ ଏବେ ପିଆଜ ବଦଳରେ କୁକୁଡ଼ା ପାଳନ ଆରମ୍ଭ କରିଛନ୍ତି ପିଆଜ ସଂରକ୍ଷଣ ପାଇଁ ମିଳିଥିବା ଘର ଗୁଡିକ ଏବେ କୁକୁଡ଼ା ଘର ଭାବେ ବ୍ୟବହୃତ ହେଉଛି

 

20/07/2019

Leave a Reply

Your email address will not be published. Required fields are marked *

Comments