Bikash Khabar
ଭିମସାର ମେଡ଼ିକାଲ କଲେଜରେ ଫି ପୈଠ ପାଇଁ ଏଣିକି ଅନଲାଇନ ବ୍ୟବସ୍ଥା

 ବୁର୍ଲା ଭିମସାର ମେଡ଼ିକାଲ କଲେଜ ଏମବିବିଏସ ଛାତ୍ରସଂସଦ ପକ୍ଷରୁ କରାଯାଇଥିବା ଅନେକ ଦିନର ଦାବୀ ରବିବାର ପୂରଣ ହୋଇଛି। ସୁଚନା ଥାଉକି ଗତ ୨୦୧୮-୧୯ ବର୍ଷ  ଭିମସାରର ଏମବିବିଏସ ଛାତ୍ରସଂସଦର ସଭାପତି ଦେବକିନନ୍ଦନ ସେନାପତି ଅନଲାଇନରେ କଲେଜ ଫି ପୈଠ ବ୍ୟବସ୍ଥା  କରାଯିବା ପାଇଁ ଦାବୀ ଉପସ୍ଥାପିତ  କରିଥିଲେ ତାହା ରବିବାର ଭିମସାର କଲେଜ ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର ଏବଂ ପୁର୍ବତନ ନିର୍ଦ୍ଦେଶକ ପ୍ରଫେସର ବିଜୟ କୁମାର ଦତ୍ତଙ୍କ ଉଦ୍ୟମ କ୍ରମେ କାର୍ୟ୍ୟକାରୀ ହୋଇଛି। ଯାହାଫଳରେ ଲମ୍ବାଲାଇନ ରେ ଆଉ ଠିଆ ହେବାକୁ ପଡିବ ନାହିଁ ମୋବାଇଲ ଜରିଆରେ  ଅନଲାଇନରେ ସମସ୍ତ ଫି ପୈଠ କରିପାରିବେ।ରାଜ୍ୟର ଅନେକ ବିଶ୍ୱବିଦ୍ୟାଳୟରେ ଅନଲାଇନ ଫିସ ପ୍ରଦାନ ବ୍ୟବସ୍ଥା ଥିବା ବେଳେ ଭିମସାର ରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲା।

07/10/2019

Leave a Reply

Your email address will not be published. Required fields are marked *

Comments