Bikash Khabar
ବିଜୁ ବାବୁଙ୍କ ସ୍ୱପ୍ନର ଓଟିଏମ୍‌ରେ ୧୯ ବର୍ଷ ହେଲା ତାଲା

 ଓଡିଶାର ସର୍ବବୃହତ ଲୁଗାକଳ ଚୌଦ୍ବାରସ୍ଥିତ ଓଟିଏମ୍ ବନ୍ଦ ହେବାକୁ ଇତିମଧ୍ୟରେ ୧୯ ବର୍ଷ ବିତିଗଲାଣି। ଏହାର ପୁନରୁଦ୍ଧାରକୁ ଅପେକ୍ଷାକରି ବହୁ ଶ୍ରମିକ ଆତ୍ମହତ୍ୟା କରିସାରିଲେଣି। ବକେୟା ପ୍ରାପ୍ୟ ଆଶାରେ ଅନେକ ଆରପାରିକୁ ଚାଲି ଗଲେଣି। କିନ୍ତୁ ଏହାର ଭାଗ୍ୟ ଏବେ କୋର୍ଟରେ ଝୁଲୁଥିଲାବେଳେ ରାଜ୍ୟ ସରକାର ପର୍ଯ୍ୟନ୍ତ ଏଠାରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରି ନାହାନ୍ତି। ଚୌଦ୍ବାରର ଶ୍ରୀ କୁହାଯାଉଥିବା ଓଟିଏମର ଏଭଳି ସ୍ଥିତି ଯୋଗୁଁ ପ୍ରାୟ ହଜାରରୁ ଅଧିକ ଶ୍ରମିକ ତାଙ୍କ ପରିବାର ନାହିଁ ନଥିବା ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ୨୯ ଜଣ ଶ୍ରମିକ ଆତ୍ମହତ୍ୟା କରିଥିବାବେଳେ ୬୧୮ ଶ୍ରମିକ ବିଭିନ୍ନ କାରଣରୁ ପ୍ରାଣ ହରାଇଲେଣି। ଶିଳ୍ପ ବନ୍ଦ ହେବାର ୧୯ ବର୍ଷ ପରେ ବି ବକେୟା ପ୍ରାପ୍ୟ ନପାଇ ହଜାର ହଜାର ଶ୍ରମିକ ଭଲରେ ଖାଇବାକୁ ପାଉ ନାହାନ୍ତି।ସୂଚନା ଯୋଗ୍ୟ, ୧୯୪୬ ମସିହାରେ ବିଜୁ ପଟ୍ଟନାୟଙ୍କ ଦ୍ବାରା .ଟି.ଏମର ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟର କୋଣ ଅନୁକୋଣରୁ ବହୁ ଶ୍ରମିକମାନେ ଏଠାରେ ଆସି କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୫୦ରୁ ଓଟିଏମ୍ରେ ପ୍ରଥମ ଉତ୍ପାଦନ କାର୍ଯ୍ୟ ପ୍ରର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୮୧ ମସିହାରେ ତତ୍କାଳୀନ ମାଲିକ ପ୍ରତାପ ସିଂହ ପରିଚାଳନା ନିେର୍ଦ୍ଦଶକ ଅଶୋକ ପ୍ରତାପ ସିଂହ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଏହାର ଶ୍ରମିକ ସଂଖ୍ୟା ହଜାରକୁ ବୃଦ୍ଧି କରିଥିଲେ। ଆଇ.ଡି.ବି.ଆଇ ବ୍ୟାଙ୍କରୁ ୨କୋଟି ଟଙ୍କା ଋଣ କରି ଏଠାରେ ଏକ ଗଞ୍ଜି କାରଖାନା ତିଆରି କରିବାପାଇଁ ଅଶୋକ ସିଂହ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିଂହ ୨୮..୧୯୮୧ରେ .ଟି.ଏମକୁ ବନ୍ଦ କରିଦେଇଥିଲେ। ଏହାପରେ ଆଇ.ଡି.ଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ଓଡିଶା ଟେକ୍ସଟାଇଲ କର୍ପୋରେସନ ଗଠନ କରି ମିଲ୍କୁ ନିଜ ହାତକୁ ନେଇଥିଲେ। ସରକାରୀ ପରିଚାଳନାରେ ୧୯୮୧ ରୁ ୧୯୮୩ ପର୍ଯ୍ୟନ୍ତ ମିଲ୍ ଚାଲିବାପରେ କ୍ରମଶଃ ଏହି କ୍ଷତିର ପରିମାଣ ୪୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାକୁ ଟପି ଯାଇଥିଲା। ଏହା ବୃଦ୍ଧି ପାଇବା ପରେ ୧୯୯୩ରେ .ଟି.ଏମକୁ ଆଧୁନିକୀକରଣ କରିବାପାଇଁ ରାଜ୍ୟ ସରକାର ବି.ଆଇ.ଏଫ୍.ଆରରେ କେସ ନଂ.୬୧୪ ରେଜିଷ୍ଟ୍ରିଭୁକ୍ତ କଲେ ୧୯୯୫ରେ ବି.ଆଇ.ଏଫ୍.ଆର ଦେଇଥିବା ପ୍ୟାକେଜ ଅନୁଯାୟୀ ସରକାର ଅର୍ଥ ପୈଠ ନକରିବାରୁ ପ୍ୟାକେଜ ଫେଲ ଘୋଷଣା କରାଯାଇଥିଲା। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ବି.ଆଇ.ଏଫ୍.ଆର ଅପିଲ୍ କରି ୩୭ କୋଟି ୨୩ ଲକ୍ଷ ଟଙ୍କା ରିଭାଇଭାଲ ପ୍ୟାକେଜ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ୨୯କୋଟି ୧୩ଲକ୍ଷ ଟଙ୍କା ବ୍ୟାଙ୍କ ଅନ୍ୟାନ୍ୟ ଅର୍ଥ ଲଗାଣକାରୀ ସଂସ୍ଥାକୁ .ଟି.ଏମର ୧୫୦ ଏକର ଜମିକୁ ବିକ୍ରି କରି କୋଟି ୧୦ ଲକ୍ଷ ଟଙ୍କାରେ ଆଧୁନିକୀକରଣ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମାତ୍ର ସରକାର ଜମି ବିକ୍ରି କରିପାରିଲେ ନାହିଁ କିମ୍ବା ନିର୍ଦ୍ଧାରିତ ସମୟରେ ଅର୍ଥ ଲଗାଣକାରୀ ସଂସ୍ଥାକୁ ୨୯କୋଟି ୧୩ଲକ୍ଷ ଟଙ୍କା ଦେଇପାରିନଥିବାରୁ କ୍ରମାଗତ ଭାବେ .ଟି.ଏମ୍ କ୍ଷତିର ପରିମାଣ ବଢି ଚାଲିଥିଲା। ଏହାପରେ .ଟି.ଏମ୍ ୨୦୦୧ରେ ବନ୍ଦ ହୋଇଯାଇଥିଲା।

 

13/02/2020

Leave a Reply

Your email address will not be published. Required fields are marked *

Comments