Bikash Khabar
ବାତ୍ୟାଂଚଳର ୨୩୪ ରୁ ୨୩୨ ପେଟ୍ରୋଲ ପମ୍ପ ଚାଲୁହେଲା

ଫୋନିବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ,ଖୋରଧା ଏବଂ କଟକ ଜିଲାରେ ଟି ପେଟ୍ରୋଲ ପମ୍ପ କୁ ବାଦ ଦେଲେ ଅବଶିଷ୍ଟ ସମସ୍ତ ପେଟ୍ରୋଲ ପମ୍ପ ଚାଲୁ ହୋଇଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ପେଟ୍ରୋଲ ଡିଜେଲ ମହଜୁଦ ନେଇ ସମୀକ୍ଷା କରିବା ବେଳେ ଏଭଳି ମତ  ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୁରୀ, ଖୋର୍ଦ୍ଧା କଟକ ଜିଲ୍ଲାରେ ୨ଶହ ୩୪ଟି ପେଟ୍ରୋଲ ପମ୍ପ ରହିଛି ଏହା ମଧ୍ୟରୁ ବର୍ତମାନ ସୁଦ୍ଧା ୨ଶହ ୩୨ଟି କାର୍ଯ୍ୟକ୍ଷମ ହୋଇସାରିଛି ବାକି ଦୁଇଟି ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି ମନ୍ତ୍ରୀ  ପ୍ରଧାନ କହିଥିଲେ ଯେ ୨୩୪ ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୨୦୦ ଟି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି  ଏହାବାଦ୍ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୮ଟି ଭ୍ରାମ୍ୟମାଣ ପେଟ୍ରୋଲ ଡିଜେଲ ଭ୍ୟାନ ବିଭିନ୍ନ ସ୍ଥାନରେ ବୁଲୁଛି ୫ଶହ ଲିଟର କ୍ଷମତ ସଂପନ୍ନ ପ୍ରତ୍ୟେକ ଭ୍ୟାନ୍ ତିନିଟି ସର୍ବାଧିକ ବାତ୍ୟା ପ୍ରଭାବିତ ଜିଲ୍ଲାରେ ରହିଛି ସେହିପରି ପର୍ଯ୍ୟାପ୍ତ ପରିମାଣର କିରୋସିନ ମହଜୁଦ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ଚାହିଁଲେ କିରୋସିନ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ଏହାବାଦ୍ ପୁରୀ ଶ୍ରୀମନ୍ଦିର ପାଇଁ ଆଇଓସିଏଲ କୋଟି ଟଙ୍କା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ   ସୂଚନାଯୋଗ୍ୟଯେ ପୁରୀ ସହର ରେ ଦିନକୁ ଲକ୍ଷ ଲିଟର ତେଲର ବିକ୍ରି ହେଉଥିବା ବେଳେ ସମ୍ପ୍ରତ୍ତି କିଣାବିକା ଠପ ହୋଇଯାଇଥିଲା ବାତ୍ୟାର ୨୪ ଘଣ୍ଟା ଭିତରେ ତେଲ ବିକ୍ରୀକୁ ନିଶ୍ଚିତତା କରାଯାଇଥିବା ମନ୍ତ୍ରୀ ପ୍ରଧାନ କହିଥିଲେ ପୁରୀ,ଖୋରଧା,ଏବଂ କଟକ ଜିଲ୍ଲାରେ ୧୬୨ ଟି ଏଲପିଜି ବିତରକକେନ୍ଦ୍ର ଲୋକଙ୍କ ଚାହିଦା ପୂରଣକରିବା ଦିଗରେ ନିୟୋଜିତ ଥିବା ମନ୍ତ୍ରୀ ସୁଚାଇଥିଲେ

10/05/2019

Leave a Reply

Your email address will not be published. Required fields are marked *

Comments