Bikash Khabar
ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

 ଶିଶୁଙ୍କ ଜୀବନ କେବଳ ବହିବସ୍ତାନି ଭିତରେ ସୀମିତ ନୁହେଁ ଏକଥା କୁ ହୃଦୟଙ୍ଗମ କରିଛନ୍ତି ଗୁଜୁରାଟ କିଛି ବିଦ୍ୟାଳୟ କର୍ତ୍ତୃପକ୍ଷ।ପିଲାଙ୍କ ପାଇଁ ସେମାନେ ଏବେ ନୂଆ ପରିକଳ୍ପନା କରିଛନ୍ତି   ପିଲାମାନେ ଅଧିକାଂଶ ସମୟ ପାଠ ,ଟ୍ୟୁସନ ଆଉ ହୋମବାର୍କର ବୋଝ ଭିତରେ ରହିବେନି  ସ୍ବାଧୀନ ଭାବେ ମତ ମଧ୍ୟ ରଖିପାରିବେ। ଭଲମନ୍ଦ ବିଚାର କରିପାରିବେ। ସେମାନଙ୍କ ଭିତରେ ଲୁଚି ରହିଥିବା ସୃଜନଶୀଳ ଗୁଣାବଳୀର ବିକାଶ ଲାଗି ଛୁଟି ହେଉଛି ପ୍ରକୃଷ୍ଟ ସମୟ। ଛୁଟିରେ ସେମାନେ ଯେପରି ମନଭରି ଖୋଲା ଆକାଶ ତଳେ ସମୟ ବିତାଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଅଭିଭାବକଙ୍କୁ ପତ୍ର ଲେଖି ପରାମର୍ଶ ଦିଆଯାଇଛି। ଧନତେରାସ ଏବଂ ଦୀପାବଳି ପାଇଁ ଗୁଜରାଟରେ ୩ସପ୍ତାହ ଛୁଟି ଘୋଷଣା କରାଯାଇଛି। ହେଲେ ଚଳିତବର୍ଷ ପିଲାଙ୍କୁ ହୋମ୍ଓ୍ବାର୍କରୁ ମୁକ୍ତି ଦିଆଯାଇଛି। ଏହା ବଦଳରେ ଅଭିଭାବକଙ୍କୁ ପିଲାଙ୍କ ସହ ସମୟ ଅତିବାହିତ କରିବାକୁ କୁହାଯାଇଛି। ପିଲାଙ୍କୁ ପୈତୃକ ଗ୍ରାମକୁ ନେଇ ଧୂଳିମାଟିରେ ଖେଳିବାକୁ ଛାଡ଼ିବା, ହସ୍ପିଟାଲ, ପଞ୍ଚାୟତ, ବୃଦ୍ଧାଶ୍ରମ, ପୋଲିସ ଥାନାକୁ ନେଇ ବିଭିନ୍ନ ବିଷୟରେ ଧାରଣା ଦେବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଅଧିକାଂଶ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ।

ନେଇ ସ୍ବାମୀ ନାରାୟଣ ଏଚ୍‌. ବିଦ୍ୟାଳୟର ଶିକ୍ଷକ କେତନ ବ୍ୟାସ କୁହନ୍ତି, ବର୍ଷତମାମ ପିଲାମାନେ ପାଠପଢ଼ାର ବୋଝ ତଳେ ଚାପିହୋଇ ରହୁଛନ୍ତି। ଅନ୍ତତଃ ପକ୍ଷେ ଛୁଟି ସମୟରେ ସେମାନେ ଏଥିରୁ ମୁକ୍ତ ରହିବା ଜରୁରୀ। ପରିବାର ସହ ସମୟ ବିତାଇବା ଦ୍ୱାରା ଶିଶୁ ଏବଂ ମାବାପାଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଶିକ୍ଷାର୍ଥୀଙ୍କ ମନରେ ନୂଆ ବିଚାରଧାରା ସୃଷ୍ଟି ହୋଇପାରିବ। କେବଳ ବହିରେ ସୀମିତ ରହି ଅନ୍ୟ ବିଷୟ ଜାଣିପାରିଲେ ପାଠପଢ଼ାର ମଜା ଦ୍ୱିଗୁଣିତ ହୋଇପାରିବ ବୋଲି ସେ କହିଛନ୍ତି।

25/10/2019

Leave a Reply

Your email address will not be published. Required fields are marked *

Comments