Bikash Khabar
ସବୁ ଜିଲ୍ଲା ହସ୍ପିଟାଲ୍‌ରେ ଯନ୍ତ୍ରଣା ଉପଶମ ସେବା

 ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲ୍ସମେତ କ୍ୟାପିଟାଲ୍ହସ୍ପିଟାଲ ରାଉରକେଲା ଜେନେରାଲ୍ହସ୍ପିଟାଲ୍ରେ ଯନ୍ତ୍ରଣା ଉପଶମ ସେବା କେନ୍ଦ୍ର ଖୋଲାଯିବ। ଏଠାରେ ଯନ୍ତ୍ରଣାଦାୟକ ରୋଗରେ ପୀଡ଼ିତ ରୋଗୀମାନଙ୍କ ସ୍ବତନ୍ତ୍ର ଭାବେ ଯତ୍ନ ନିଆଯିବ। ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଉଥିବା ରୋଗୀ ବାହାରର ରୋଗୀ ଉଭୟଙ୍କୁ ଏଠାରେେସବା ମିଳିବ। ବିଶେଷଜ୍ଞମାନଙ୍କ ମାଗଣାରେ ପରାମର୍ଶ, ରୋଗୀଙ୍କ ଯତ୍ନନେଉଥିବା ଲୋକଙ୍କୁ ତାଲିମ, ମାଗଣା ଔଷଧ, ମାଗଣା ଫିଜିଓଥେରାପି, ଆଧ୍ୟାତ୍ମିକ ଉପଶମ, ଜରୁରୀକାଳୀନ ସେବା ଆଦି ଉପଲବ୍ଧ ହେବ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଯନ୍ତ୍ରଣା ଉପଶମ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ନେଇ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୩୨ଟି ଯାକ ହସ୍ପିଟାଲ୍ରେ ଶଯ୍ୟା ବିଶିଷ୍ଟ ଯନ୍ତ୍ରଣା ଉପଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଏହା ମଧ୍ୟରୁ ୧୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦.୨୫ ଲକ୍ଷ ଟଙ୍କା ଲେଖାଏ ଭିତ୍ତିଭୂମି ବିକାଶ ବାବଦକୁ ପ୍ରଦାନ କରାଯାଇସାରିଛି। ୩୯ ଜଣ ମେଡିକାଲ ଅଫିସର୍ ୪୨ ଜଣ ଷ୍ଟାଫ୍ନର୍ସଙ୍କୁ ଯନ୍ତ୍ରଣା ଉପଶମ ସେବା ନିମନ୍ତେ ତାଲିମ୍ ଦିଆସରିଛି। ସେମାନେ ଏହି କେନ୍ଦ୍ରଗୁଡ଼ିକରେ ରହି ରୋଗୀଙ୍କୁ ସେବା ଯୋଗାଇ ଦେବେ। ମେଡିକାଲ୍ଅଫିସର୍, ଷ୍ଟାଫ ନର୍ସ କାଉନ୍ସେଲର୍ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ବ୍ୟବଧାନରେ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯିବ।

08/11/2019

Leave a Reply

Your email address will not be published. Required fields are marked *

Comments