Bikash Khabar
ସରି ଆସୁଛି ତାଳପତ୍ର ଜୀବିକାର ଦିନ

ଦିନ  ଥିଲା ଆମ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର  ତାଳପତ୍ର କାରିଗର ମାନେ ଭଲ ଦି ପଇସା ରୋଜଗାର କରୁଥିଲେ। ତାଳପତ୍ର ତିଆରି ଉତ୍ପାଦ ଗୁଡିକର ମଧ୍ୟ ଚାହିଦା ଥିଲା। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ ଚଟେଇ ଆଉ ତାଳପତ୍ରରେ ତିଆରି ପିଲାଙ୍କଝୁମୁକା,ଚକ୍ରୀ ଆଦି ଖେଳଣାର ବ୍ୟବହାର ବି କମ୍ ଥିଲା। ଯାନୀ ଯାତ୍ରା ଆଉପର୍ବ ପର୍ବାଣିରେ ତାଳପତ୍ର ତିଆରି ନାନା ପ୍ରକାର ଦ୍ରବ୍ୟ ବିକ୍ରି ହେଉଥିଲା କିନ୍ତୁ ଏବେ ସମୟ ବଦଳିଯାଇଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ତାଳପତ୍ର ସାମଗ୍ରୀର ଚାହିଦା କମିଛି। ତଥାପି କେତେଜଣ ଶିଳ୍ପୀ ଏବେ ବି ତାଳପତ୍ର ଉପରେ ଭରସା କରିଛନ୍ତି। ନିଜସ୍ବ ଜ୍ଞାନ କୌଶଳରେ ତାଳପତ୍ରକୁ ବିଭିନ୍ନ ରୂପ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ପୁରୀ,ଖୋର୍ଦ୍ଧା ,ଜଗତସିଂହପୁର ଆଉ କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ଫନୀ ପରେ ତାଳପତ୍ରର ଅଭାବ ସେମାନଙ୍କ ଜୀବନ ଜୀବିକା ପ୍ରତି ବିପଦ ଟାଣିଆଣିଛି ତାଳପତ୍ରରେ ତିଆରି ସାମଗ୍ରୀ ବିଷୟରେ ୫୮ ବର୍ଷୀୟ ଜଣେ ତାଳପତ୍ର କାରିଗର ରାମ ବେହରା କୁହନ୍ତି,ଏହା ଆମର କୌଳିକ ବୃତ୍ତି , ବାପା ଅଜା ଅମଳରୁ ଆମେ ଏହି କାମ କରିଆସୁଛୁ। ପୂର୍ବରୁ ପଖିଆ, ବିଞ୍ଛଣା, ଚଟେଇ ଇତ୍ୟାଦି ତିଆରି କରୁଥିଲୁ। ସେତେବେଳେ ଏସବୁର ଚାହିଦା ଢେର ଅଧିକ ଥିଲା। କିନ୍ତୁ ଏବେ ସବୁର ଚାହିଦା କମିଗଲାଣି। ବର୍ତ୍ତମାନ ତାଳପତ୍ରରେ ବିଭିନ୍ନ ପ୍ରକାର ଖେଳଣା, ବିଞ୍ଛଣା, ଚଟି, ଭୋଗେଇ ଏବଂ ପେଡି (ମୁଖ୍ୟତଃ ଶ୍ରୀମନ୍ଦିରରେ ଭୋଗ ପ୍ୟାକିଂ ପାଇଁ ଉଦ୍ଧିଷ୍ଟ) ତିଆରି କରାଯାଉଛି ଏହାର ତିଆରି ସମ୍ପର୍କରେ ସେ  କୁହନ୍ତି, ତାଳଗଛରୁ ବରଡ଼ା କାଟି ପ୍ରଥମେ ଶୁଖାଇ ଦିଆଯାଏ। ଏହାପରେ ପତ୍ରକୁ ବାହୁଙ୍ଗାଠାରୁ ଅଲଗା କରିଦିଆଯାଏ। ପତ୍ର ମଝିରୁ ଖଡ଼ିକାକୁ ବାହାର କରାଯାଇ ଆବଶ୍ୟକସ୍ଥଳେ ରଙ୍ଗରେ ବୁଡାଯାଇ ଶୁଖିଯିବା ପରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଏ। ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ସାମିଲ ହୁଅନ୍ତି। ହେଲେ ବାତ୍ୟା ପରେ ତାଳପତ୍ରର ଘୋର ଅଭାବ ଦେଖାଦେଇଛି। ବହୁ ପରିମାଣରେ ତାଳଗଛ ଭାଙ୍ଗି ଯାଇଥିବାରୁ ତାଳ ବାହୁଙ୍ଗା ସଂଗ୍ରହ କରିବା କଷ୍ଟକର ହୋଇପଡୁଛି। ବାତ୍ୟା ପୂର୍ବରୁ ବ୍ରହ୍ମଗିରି, ଗୋପ, ମଦରଙ୍ଗ, କୋଣାର୍କ, ଗୋପାଳପୁର, ସମଗରା, ବାଲିଗୁଆଳି ପ୍ରଭୃତି ଅଞ୍ଚଳରୁ ବ୍ୟବସାୟୀମାନେ ତାଳବାହୁଙ୍ଗା ଆଣି ଯୋଗାଇ ଦେଉଥିଲେ। ସେତେବେଳେ ବାହୁଙ୍ଗା ଗୋଟାକ ୫ରୁ ସାଢେ ୫ଟଙ୍କା ନେଉଥିଲେ। ହେଲେ ବାତ୍ୟାରେ ବହୁ ତାଳଗଛ ଭାଙ୍ଗିଯିବାରୁ ବାହୁଙ୍ଗାର ଦାମ୍ବଢିଯାଇଛି। ଗୋଟିଏ ବାହୁଙ୍ଗାକୁ ଏବେ ସାଢେ ୬ରୁ ୭ଟଙ୍କା ନେଉଛନ୍ତି। ତାହା ପୁଣି ଆବଶ୍ୟକ ପରିମାଣର ମିଳୁନାହିଁ। ତେଣୁ ତାଳପତ୍ର ଉପରେ ଭରସା କରି ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ହୃଷୀକେଶ। ପର୍ଯ୍ୟାପ୍ତ ପରିମାଣର ତାଳଗଛ ରୋପଣ କରିବାର ଆବଶ୍ୟକତା ରହିଛି। ନଚେତ୍ସମୟ ଆସିବ ତାଳପତ୍ର ମିଳିବା କଷ୍ଟକର ହୋଇପଡିବ।ତାଳପତ୍ର କୁ ପାଥେୟ କରି ଜୀବିକା ପ୍ରତିପୋଷଣ କରୁଥିବା ପରିବାର ଗୁଡିକ ଜୀବିକା ନିର୍ଵାହରୁ ବଂଚିତ ହେବେ

02/08/2019

Leave a Reply

Your email address will not be published. Required fields are marked *

Comments