Bikash Khabar
ସଂସଦ ଆକ୍ରମଣର ବର୍ଷ ପୂର୍ତ୍ତି,ମୋଦି କହିଲେ ସଂସଦରେ ହୋଇଥିବା କାପୁରୁଷ ଆକ୍ରମଣକୁ କଦାପି ଭୁଲି ପାରିବୁ ନାହିଁ

ସଂସଦ ଆକ୍ରମଣ ଘଟଣା ଆଜି ହେଉଛି ବର୍ଷ ପୂର୍ତ୍ତି ଆଜକୁ ୧୯ ବର୍ଷ ତଳେ ୨୦୦୧ ରେ ସଂସଦରେ ହୋଇଥିବା କାପୁରୁଷ ଆକ୍ରମଣକୁ ଦେଶ କେବେ ଭୁଲି ପାରିବ ନାହିଁ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆକ୍ରମଣ ସମୟରେ ଜନଜୀବନ ରକ୍ଷା କରିବାକୁ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୨୦୦୧ ମସିହା ଆଜିର ଦିନରେ ଆମ ସଂସଦରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଆମେ କେବେ ଭୁଲି ପାରିବୁ ନାହିଁ। ସଂସଦକୁ ସୁରକ୍ଷିତ ରଖି ଯେଉଁମାନେ ସହିଦ ହୋଇଥିଲେ ଆମେ ସେମାନଙ୍କ ଶୌର୍ଯ୍ୟ ଆତ୍ମବଳିକୁ ସ୍ମରଣ କରୁଛୁ। ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ ରହିବ।

13/12/2020

Leave a Reply

Your email address will not be published. Required fields are marked *

Comments