ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକ ଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା କମ୍ପାନୀର ଅଧିକାରୀ କହି ବିଭନ୍ନ ଲୋକଙ୍କୁ ଚାକିରୀ ଦେବା ନାଁରେ ବିପୁଳ ଠକେଇ କରିଛନ୍ତି । ଏହି ଅର୍ଥକାରବାର ମାମଲାରେ କ୍ରାଇମବ୍ରାଞ୍ଚ ପ୍ରେସ୍ମିଟ୍ କରି ହାସଲ କରିଥିବା ତଥ୍ୟ ଓଡିଶାବାସୀଙ୍କ ଆଗରେ ଉପସ୍ଥାପିତ କରିଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ମାନଙ୍କୁ ଶନିବାର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଠକିଥିଲେ ଆକାଶ । ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କ ବିରୋଧରେ ୬ ଜଣ କ୍ରାଇମ ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ କରିଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଆଶାୟୀ ପ୍ରାର୍ଥୀଙ୍କୁ ଜାଲ୍ ନିଯୁକ୍ତି ପତ୍ର ଦିଆଯାଇଥିଲା । ଆକାଶ ଟାଟାରେ ଚାକିରି କରୁଥିବା ନେଇ ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଚାର କରିଥିଲେ । ଠକାମୀର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ
12/12/2020