Bikash Khabar
ଆଧାର କାର୍ଡ଼କୁ ସଂଶୋଧନ କରିବା ପାଇଁ ଦେବାକୁ ପଡ଼ିବ ମାତ୍ର ୧୦୦ଟଙ୍କା

ଆଧାର କାର୍ଡ଼ ଦେଶବ୍ୟାପି ପରିଚୟର ପ୍ରମାଣ ପାଇଁ ସବୁଠୁ ଅଧିକ ବ୍ୟବହୃତ ହୋଇଥାଏ ୟୁଆଇଡିଏଆଇ  ବାୟୋମେଟ୍ରିକ ଡିଟେଲକୁ ନେଇ କିଛି ଅପଡେଟ୍ ସେୟାର କରିଛି ଯଦି ଜଣେ ୟୁଜରଙ୍କ ପାଖରେ ଆଧାର କାର୍ଡ଼ ରହିଛି ତେବେ ସେ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ କିମ୍ବା ଓ୍ବେବସାଇଟ୍ ଜରିଆରେ ଆଧାର କାର୍ଡ଼ ପରିବର୍ତ୍ତନ କରି ପାରିବେ ୟୁଆଇଡିଏଆଇ ଏକ ଟ୍ବିଟରେ କହିଛି ଯେ ଆପଣ ନିଜ ଆଧାର କାର୍ଡ଼ରେ ଗୋଟିଏ ପରିବର୍ତ୍ତନ କରନ୍ତୁ କି ଅନେକ ପରିବର୍ତ୍ତନ କରନ୍ତୁ,ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଆପଣଙ୍କୁ ୧୦୦ଟଙ୍କାର ଦେୟ  ଦେବାକୁ ପଡ଼ିବ ଯଦି ଆପଣ କେବଳ ଡେମୋଗ୍ରାଫିକ୍ ଡିଟେଲରେ ପରିବର୍ତ୍ତନ କରୁଛନ୍ତି ତେବେ ଏଥିପାଇଁ କେବଳ ୫୦ଟଙ୍କା ଦେବାକୁ ପଡ଼ିବ ଏପରି କରିବା ଦ୍ବାରା ୟୁଜରଙ୍କୁ ଡେମୋଗ୍ରାଫିକ୍ ସୂଚନା ଯେପରିକି ନାଁ କିମ୍ବା ଠିକଣା କିମ୍ବା ଜନ୍ମତିଥି ବଦଳିବା ପାଇଁ ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ ୟୁଆଇଡିଏଆଇ ୩୨ ଡକ୍ୟୁମେଣ୍ଟକୁ ତାଲିକାଭୁକ୍ତ କରିଛି ଯେଉଁଗୁଡ଼ିକୁ ପରିଚୟ ପ୍ରମାଣପତ୍ରଭାବେ ସ୍ବୀକାର କରାଯାଇଥାଏ ସେହି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସିର ଉପଯୋଗ ସୂଚନାକୁ ଅପଡେଟ୍ କରିବା ପାଇଁ କରାଯାଇଥାଏ ଏପରି ପରିବର୍ତ୍ତନ ଡକ୍ୟୁମେଣ୍ଟ ବିନା କରାଯାଇପାରିବ ଉଦାହରଣ ପାଇଁ ମୋବାଇଲ୍ ନମ୍ବର,ଆଧାର କାର୍ଡ଼ରେ ଫଟୋ ବିନା କୌଣସି ଡକ୍ୟୁମେଣ୍ଟ ପରିବର୍ତ୍ତନ କରାଯାଇପାରିବ ଏହା ବ୍ୟତୀତ ବାୟୋମେଟ୍ରିକ୍ସ,ଲିଙ୍ଗ ଏବଂ ଇମେଲ୍ ଆଇଡିକୁ ବିନା ଡିଟେଲ୍ ବଦଳି କିମ୍ବା ଅପଡେଟ୍ କରାଯାଇପାରିବ ୟୁଜର ଆଧାର ନାମାଙ୍କନ,ଅପଡେଟ୍ ନାଁ,ଠିକଣା,ଲିଙ୍ଗ,ମୋବାଇଲ୍ ନମ୍ବର,ଇମେଲ୍ ଆଇଡି,ଜନ୍ମ ତିଥି କିମ୍ବା ବାୟୋମେଟ୍ରିକ୍ସ ଭଳି ସେବାର ଲାଭ ଉଠାଇବା ପାଇଁ ଆଧାର ସେବା କେନ୍ଦ୍ରରେ ଆପଏଣ୍ଟମେଣ୍ଟ ମଧ୍ୟ ବୁକ୍ କରିପାରିବେ

 

28/08/2020

Leave a Reply

Your email address will not be published. Required fields are marked *

Comments