Bikash Khabar
ବିଚାରାଧୀନ ମାମଲା ସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥାନ ଶୀର୍ଷରେ

ଗୁରୁବାର ସଂସଦରେ  ଅର୍ଥନୈତିକ ସର୍ଭେ  ରିପୋର୍ଟ ୨୦୧୯ ଉପସ୍ଥାପନ ହୋଇଛି ଏହି ରିପୋର୍ଟ ଅନୁଯାୟୀ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି। ଗତ ମଇ ୩୧ ସୁଦ୍ଧା ୬୪ ପ୍ରତିଶତ ଉଭୟ ଦେୱାନୀ ଫୌଜଦାରୀ ମାମଲା ତିନି ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଅଦାଲତରେ ବିଚାର ପାଇଁ ପଡ଼ିରହିଛି ୨୦୧୮ରେ ପୁରୁଣା ମାମଲା ସଂଖ୍ୟାର ମାତ୍ର ୬୨.୧୮ ପ୍ରତିଶତ ଫଇସଲା ହୋଇଛି। ଅଦାଲତ ମାମଲା ପରିଚାଳନା ପ୍ରସଙ୍ଗରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗ ଆଦି ରାଜ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଅତିରିକ୍ତ ବିଚାରପତି ନିଯୁକ୍ତି କରିବାକୁ ସର୍ଭେ ରିପୋର୍ଟରେ କୁହାଯାଇଛି। ବର୍ଷ ବର୍ଷ ଧରି ବିଚାରପତି ସଂଖ୍ୟାରେ ସୁଧାର ଅଣାଯାଇପାରିଲା ନାହିଁ ବିଚାରାଳୟ ଗୁଡିକରେ ବିଚାରପତି ଙ୍କ ସଂଖ୍ୟା ପୂରଣ ହେଉନଥିବାରୁ ମାମଲା ଗୁଡିକ ବିଳମ୍ବିତ ହୋଇଛି   ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ଅଦ୍ୟାବଧି ଓଡିଶା ହାଇକୋର୍ଟରେ ୧ଲକ୍ଷ ୬୦ ହଜାର ମାମଲା ରହିଛି  ସେଥିରୁ ହଜାର ରୁ ଅଧିକ ନିୟମିତ ଜାମିନ ମାମଲା। ଦୁଇ ହଜାର ରୁ ଅଧିକ ମିଶଲେନିୟସ ମାମଲା। ହଜାର ଅଦାଲତ ଅବମାନନା ମାମଲା, ହଜାର କ୍ରିମନାଳମାମଲା  ରହିଛି ହଜାର ଫୌଜଦାରୀ ମାମଲା ରେ ହାଇକୋର୍ଟ ଭାରାକ୍ରାନ୍ତ ହୋଇଛି ତେବେ ଓଡିଶା ହାଇକୋର୍ଟ ରେ ବହୁ ବିଚାରପତି ପଦବୀ ଖାଲି ପଡ଼ିଥିଲେ ହେଁ ଏହାକୁ ପୂରଣ କରାଯାଇନାହିଁ   ବର୍ତ୍ତମାନ ଓଡିଶା ହାଇକୋର୍ଟ ରେ ୨୬ ଜଣ ବିଚାରପତି ଆବଶ୍ୟକ ଥିବା ବେଳେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୩ ଜଣ ବିଚାରପତି ଅଛନ୍ତି  ବିଚାରପତି ଙ୍କ ସଂଖ୍ୟା କମିବା ଯୋଗୁଁ ମାମଲା ଗୁଡିକ ଫଇସଲା ହୋଇପାରୁନାହିଁ  

05/07/2019

Leave a Reply

Your email address will not be published. Required fields are marked *

Comments