Bikash Khabar
ମୋଦି ସରକାରଙ୍କ ବଡ ଘୋଷଣା,ଚାଷୀ ଓ ଛୋଟ ଦୋକାନୀଙ୍କୁ ମିଳିବ ପେନସନ

 ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ନରେନ୍ଦ୍ର ମୋଦୀ ଶୁକ୍ରବାର  ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ଚାଷୀ,‌ ଦୋକାନୀ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ପିଏମ୍‌-କିସାନ ଯୋଜନାକୁ ଦେଶର ସବୁ ଚାଷୀଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଚାଷୀଙ୍କ ଲାଗି ନୂଆ ପେନସନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୋକାନୀ ଖୁଚୁରା ବ୍ୟବସାୟୀଙ୍କ ପାଇଁ ନୂଆ ପେନ୍ସନ୍ ସ୍କିମ୍ ଘୋଷଣା କରାଯାଇଛି।

ପିଏମ୍‌-କିସାନ ଯୋଜନା ସଂପ୍ରସାରିତ ହୋଇଥିବାରୁ ଦେଶର ୧୪. କୋଟି ଚାଷୀ ଲାଭବାନ ହେବେ। ସେମାନଙ୍କୁ ବିଭିନ୍ନ କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଚାଷୀମାନଙ୍କ ପାଇଁ ଆଜି ଏକ ନୂଆ ପେନ୍ସନ୍ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ କିସାନ ପେନ୍ସନ୍ ଯୋଜନା ଏହି ସ୍କିମ୍ରେ ଯେଉଁ ଚାଷୀମାନେ ସାମିଲ ହେବେ ସେମାନଙ୍କ ବୟସ ୬୦ ବର୍ଷ ହୋଇଯିବା ପରେ ସେମାନଙ୍କୁ ଅତିକମ୍ରେ ମାସିକ ୩୦୦୦ ଟଙ୍କାର ପେନ୍ସନ୍ ମିଳିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ତିନି ବର୍ଷରେ ଏହି ସ୍କିମ୍ରେ କୋଟି କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ। ଏହା ହେଉଛି ଏକ ଯୋଗଦାନମୂଳକ (କଣ୍ଟ୍ରିବ୍ୟୁଟରି) ସ୍ବେଚ୍ଛାକୃତ ପେନ୍ସନ୍ ଯୋଜନା। ଏଥିରେ ୧୮-୪୦ ବର୍ଷ ବୟସର ଚାଷୀମାନେ ସାମିଲ ହୋଇପାରିବେ। ଏହି ଯୋଜନାର ସବୁଠୁ ବଡ଼ ଲାଭ ହେଉଛି ପେନ୍ସନ୍ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପତ୍ନୀ କିମ୍ବା ପତିଙ୍କୁ ପେନ୍ସନ୍ରାଶିର ୫୦% ଅର୍ଥରାଶି ପେନ୍ସନ୍ ଆକାରରେ ମିଳିବ।

ଦେଶରଦୋକାନୀ ଏବଂ ଖୁଚୁରା ବ୍ୟବସାୟଙ୍କ ପାଇଁ ଏକ ନିଶ୍ଚିତ ପେନ୍ସନ୍ସ୍କିମ୍ ଘୋଷଣା କରାଯାଇଛି। ଏହି ସ୍କିମ୍ ହିତାଧିକାରୀମାନଙ୍କୁ ମାସକୁ ଅତିକମ୍ରେ ୩୦୦୦ ଟଙ୍କାର ପେନ୍ସନ୍ ମିଳିବ। ଏହି ସ୍କିମ୍ ଦ୍ବାରା ଦେଶର କୋଟିରୁ ଅଧିକ ଦୋକାନୀ ଖୁଚୁରା ବ୍ୟବସାୟୀ ଲାଭବାନ ହେବେ। ଆସନ୍ତା ତିନି ବର୍ଷ ଭିତରେ ହିତାଧିକାରୀଙ୍କ ସଂଖ୍ୟା କୋଟିକୁ ବୃଦ୍ଧି ପାଇବ। ଯେଉଁ ଦୋକାନୀ ଖୁଚୁରା ବ୍ୟବସାୟୀମାନଙ୍କ ଜିଏସ୍ଟି କାରବାର ବାର୍ଷିକ ଦେଢ଼ କୋଟି ଟଙ୍କାରୁ କମ୍ ସେମାନେ ଏହି ସ୍କିମ୍ରେ ସାମିଲ ହୋଇପାରିବେ। ସେମାନଙ୍କ ବୟସ ୧୮-୪୦ ବର୍ଷ ଭିତରେ ହୋଇଥିବା ଦରକାର। ସେମାନଙ୍କୁ ୬୦ ବର୍ଷ ହୋଇଯିବା ପରେ ପେନ୍ସନ୍ ମିଳିବା ଆରମ୍ଭ ହୋଇଯିବ। ଆଗ୍ରହୀ ଦୋକାନୀ ଖୁଚୁରା ବ୍ୟବସାୟୀମାନେ ଦେଶରେ ଥିବା .୨୫ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ରରେ ଏହି ସ୍କିମ୍ରେ ପଞ୍ଜୀକୃତ ହୋଇପାରିବେ। ହିତାଧିକାରୀମାନେ ଯେତିକି ଟଙ୍କା ଜମା କରିବେ ସରକାର ସେତିକି ଟଙ୍କା ନିଜ ଆଡ଼ୁ ପ୍ରଦାନ କରିବେ। ବ୍ୟବସାୟୀଙ୍କ ପାଇଁ ଘୋଷଣା କରାଯାଇଥିବା ଏହି ସ୍କିମ୍କୁ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି।

01/06/2019

Leave a Reply

Your email address will not be published. Required fields are marked *

Comments