Bikash Khabar
ଯୁକ୍ତ୨ କଲେଜରେ ପ୍ଲାଷ୍ଟିକ୍‌ ମନା, ସବୁ କ୍ୟାମ୍ପସରେ ରହିବ ଡଷ୍ଟବିନ୍‌

 ଗାନ୍ଧୀ ଜୟନ୍ତୀରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକରେ ବନ୍ଦ ହେବ ଏକକ ପ୍ଲାଷ୍ଟିକ୍ବ୍ୟବହାର। କ୍ୟାମ୍ପସକୁ ନୋ ପ୍ଲାଷ୍ଟିକ୍ଜୋନ୍ଭାବେ ଘୋଷଣା କରାଯିବ। କଲେଜର ବିଭିନ୍ନ ସ୍ଥାନରେ ନେଇ ସଚେତନତାମୂଳକ ହୋଡିଂ ଲାଗାଯିବ। ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସୁଥିବା ଅତିଥିମାନଙ୍କୁ ନେଇ ଅବଗତ କରାଯିବ। ଏହାଛଡ଼ା ଅଳିଆ ଆବର୍ଜନା କ୍ୟାମ୍ପସର ଏଣେତେଣେ ପକାଇବା ଉପରେ କଟକଣା ଜାରି ହୋଇଛି। ପ୍ରତି କଲେଜ ନିଜ କ୍ୟାମ୍ପସରେ ଡଷ୍ଟବିନ୍ରଖିବେ। କଲେଜ ପରିସରରେ ଥିବା ସମସ୍ତ ଭଙ୍ଗା ସାମଗ୍ରୀ, ଅବ୍ୟବହୃତ ସାମଗ୍ରୀଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।କଲେଜଗୁଡ଼ିକରେ ଲେଟର ଟୁ ବାପୁଶୀର୍ଷକରେ ଏକ ରଚନା ଲେଖା ପ୍ରତିଯୋଗିତା ଅନୁଷ୍ଠିତହେବ। ଛାତ୍ରଛାତ୍ରୀ ଏଥିରେ ଭାଗନେଇପାରିବେ। ଶ୍ରେଷ୍ଠ ରଚନାକୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ। ଏହି ଦିନ ସ୍ବଚ୍ଛତା ଶପଥ ଦିବସ ପାଳନ କରାଯିବ। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ଲୋକଙ୍କୁ ସାମିଲ କରାଯିବ। ବିଦ୍ୟାଳୟର ଏନ୍ଏସ୍ଏସ୍ୟୁନିଟ୍ପ୍ରମୁଖ ଭୂମିକା ଗ୍ରହଣ କରିବ। କଲେଜସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଟୋଗ୍ରାଫ୍‌/ଚିତ୍ରକଳା ପ୍ରତିଯୋଗିତା, କାଟୁର୍ନ ସ୍ଲୋଗାନ କାର୍ଯ୍ୟକ୍ରମ ହେବ। ପ୍ରତି ବିଭାଗରେ ଶ୍ରେଷ୍ଠ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ଶେଷ ହେବା ପରେ ଯୁକ୍ତ୨ କଲେଜଗୁଡ଼ିକ ଶିକ୍ଷା ନିର୍ଦେଶାଳୟ ନିକଟରେ ଦାଖଲ କରିବେ। ଶ୍ରେଷ୍ଠ ବିବେଚିତ କଲେଜକୁ ଗ୍ରିନ୍ଆଣ୍ଡ କ୍ଲିନ୍ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତାମିଳିବ।

21/09/2019

Leave a Reply

Your email address will not be published. Required fields are marked *

Comments