Bikash Khabar
୧୮୦୦ ଟଙ୍କାରେ ଏସି ତିଆରି କଲେ ଯୁକ୍ତ ଦୁଇ ଛାତ୍ରୀ

ବିଜ୍ଞାନର ଲୋକପ୍ରିୟତା ଦ୍ରୁତଗତିରେ ଆଗକୁ ବଢୁଛି । ବିଦ୍ୟାଳୟ ସ୍ତରରୁ ବିଦ୍ୟାର୍ଥୀ ମାନେ ବିଭିନ୍ନ ପ୍ରକଳ୍ପ କାମରେ ନିୟୋଜିତ ହୋଇ ନାନା ପ୍ରକାର ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ଦେଖିବାକୁ ମିଳୁଛି ।ଏଭଳି ଜଣେ ବିଦ୍ୟାର୍ଥୀ ହେଉଛନ୍ତି ଉତ୍ତରପ୍ରଦେଶ ଝାନ୍‌ସୀର ଲୋକମାନ୍ୟ ତିଲକ କଲେଜର ଦ୍ୱାଦଶ ଶ୍ରେଣୀର ଛାତ୍ରୀ କଲ୍ୟାଣୀ । କଲ୍ୟାଣୀ ନିଜ ପ୍ରଥମ ପ୍ରୟାସରେ ସ୍ୱଳ୍ପ ବ୍ୟୟ ରେ ଏକ ଦେଶୀ ଶୀତତାପ ନିୟନ୍ତ୍ରିତ ମେସିନ ତିଆରି କରିଛନ୍ତି। କଲ୍ୟାଣୀ ଙ୍କ  ବାପା ବେସିକ୍‌ ଏଜୁକେସନ୍‌ ବିଭାଗରେ ଶିକ୍ଷକ ଥିବା ବେଳେ  ମାମଧ୍ୟ ଜଣେ ଶିକ୍ଷୟିତ୍ରୀ। ତାଙ୍କ  ପ୍ରସ୍ତୁତ ଏହି ଦେଶୀ ଏୟାର୍‌ କଣ୍ଡିସନର୍‌ଟି ଥର୍ମୋକୁଲ୍‌ରେ ତିଆରି ହୋଇଥିବା ଏକ ବରଫ ବାକ୍ସ। ଏଥିରୁ ପ୍ରାୟ ୧୨ ଭୋଲ୍ଟ ଡିସି ପଙ୍ଖାରୁ ପବନ ବାହାରିଥାଏ। ଫଳସ୍ୱରୂପ ଏସିରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ୪ରୁ ୫ ଡିଗ୍ରୀ ତଳକୁ ଖସିଯାଇଥାଏ। ଏହା ପରିବେଶକୁ ମଧ୍ୟ ପ୍ରଦୂଷିତ କରି ନ ଥାଏ। ତେବେ ଏହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟି ମାତ୍ର ୧୮୦୦ ଟଙ୍କାରେ  ପ୍ରସ୍ତୁତ ହୋଇପାରୁଛି। ଅର୍ଥାଭାବରୁ ଏସି ବ୍ୟବହାରରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କ ପାଇଁ ଏଭଳି ଏସି ନିଶ୍ଚିତ ଭାବେ ଉପାଦେୟ। ଏହାର ବ୍ୟବହାର ଫଳରେ ବିଜୁଳି ମଧ୍ୟ ସଞ୍ଚୟ ହେଇପାରିବ। କାରଣ ଏହା ସୌରଶକ୍ତି ଦ୍ୱାରା ଚାଳିତ ହୋଇଥାଏ। କଲ୍ୟାଣୀଙ୍କ ନିର୍ମିତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରକୁ ରାଷ୍ଟ୍ରୀୟ ସ୍ତରର ମଡେଲ ପ୍ରତିଯୋଗିତା ପାଇଁ ଆଇଆଇଟି-ଡି ଦ୍ୱାରା ଚୟନ କରାଯାଇଛି।ଯଦି କଲ୍ୟାଣୀଙ୍କ ଏହି ନମୁନା କୁ ଆଇଆଇଟି ବିକଶିତ କରାଏ ତେବେ ଆଗାମୀ ସମୟରେ ଖୁବ କମଦାମରେ ଆମକୁ ଏସି ଉପଲବ୍ଧ ହୋଇପାରିବ ।

 

19/05/2019

Leave a Reply

Your email address will not be published. Required fields are marked *

Comments