Bikash Khabar
କୃଷି ଭିତ୍ତିଭୂମି ପାଇଁ ଲକ୍ଷେ କୋଟିର ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ

କୃଷକମାନେ ଯେଭଳି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଅଧିକ ମୂଲ୍ୟ ପାଇପାରିବେ ତାହାକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ନାମରେ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ଆରମ୍ଭ କରିଛନ୍ତି। ଲକ୍ଷ କୋଟି ଟଙ୍କାର ଏହି ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିଛନ୍ତି ଏହି ଅର୍ଥରେ କୃଷକଙ୍କ ଘର ନିକଟରେ ବିଭିନ୍ନ ପ୍ରକାର କୃଷି ସଂପର୍କିତ ଭିତ୍ତିଭୂମି ନିର୍ମାଣ କରାଯାଇ ପାରିବ। ଫଳରେ ଆମ ଦେଶର କୃଷକଙ୍କ ଆୟ ବଢ଼ିବ ଏବଂ ସେମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରତିଯୋଗିତା କରିପାରିବେ ବୋଲି ଆଶା ରଖାଯାଇଛି। ଉକ୍ତ କୃଷି ଭିତ୍ତିଭୂମି ବିକାଶ ପାଣ୍ଠିରେ କୃଷକମାନଙ୍କ ଫସଲ ସଂରକ୍ଷଣ ପାଇଁ ଗୋଦାମ ଘରଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଆଦି ତିଆରି କରାଯିବ। ଫଳରେ ବଜାରରେ ଯେତେବେଳେ କୃଷକମାନେ ସେମାନଙ୍କ ଉତ୍ପାଦର ସର୍ବାଧିକ ମୂଲ୍ୟ ପାଇବେ ସେ ସମୟ ପର୍ଯ୍ୟନ୍ତ ସେମାନଙ୍କ ଉତ୍ପାଦକୁ ସାଇତି ରଖିବା ଏବଂ ମୂଲ୍ୟଯୋଗ କରିବା ସୁଯୋଗ ପାଇପାରିବେ। ଏଥିସହିତ ଦେଶରେ ଅମଳ ବେଳେ ଅମଳ ପରେ ଖାଦ୍ୟଶସ୍ୟ ନଷ୍ଟର ମାତ୍ରା ବି ହ୍ରାସ ପାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେଏହି ଯୋଜନାର ଆରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଫସଲର ଅମଳ ପରବର୍ତ୍ତୀ ପରିଚାଳନାରେ ନିବେଶର ବିପୁଳ ସୁଯୋଗ ରହିଛି। ସରକାରଙ୍କ ଏହି ଯୋଜନା ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଆଣିଛି। ସେମାନେ ଏହାର ଲାଭ ଉଠାଇ ପାରିବେ। କୃଷକଙ୍କୁ ଲାଭ ପହଞ୍ଚାଇବା ଭଳି ପରିବେଶ ଷ୍ଟାର୍ଟ ଅପ୍ ଉଦ୍ୟୋଗୀମାନେ ନିର୍ମାଣ କରିଦେଶର କୋଣ ଅନୁକୋଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ।

10/08/2020

Leave a Reply

Your email address will not be published. Required fields are marked *

Comments