Bikash Khabar
ଅଭିଯୁକ୍ତକାରୀଙ୍କୁ ଭଲ ବ୍ୟବହାର ନ ଦେଖାଇଲେ ଥାନାକୁ ମିଳିବ ନାଲି ରଙ୍ଗ ,ନିଆଯିବ କାର୍ଯ୍ୟାନୁଷ୍ଠାନ

ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହିତ ସେମାନଙ୍କ ଅଭିଯୋଗ ଗ୍ରହଣ କରାନଗଲେ ଅଭିଯୁକ୍ତ କାରୀଙ୍କ ମତାମତ ଆଧାରରେ ଥାନାକୁ ନାଲିରଙ୍ଗ ମିଳିବ ନାଲିରଙ୍ଗ ମିଳିଥିବା ଥାନାକୁ ତଦନ୍ତ ପରିସରଭୁକ୍ତ କରାଯିବ ,ଯଦି ଥାନା ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁକ୍ରବାର ଠାରୁ ଦିନ ପାଇଁ ଏଠାରେ ଆୟୋଜିତ ପୋଲିସ କର୍ମକର୍ତ୍ତାଙ୍କ ତାଲିମ ଶିବିର ରେ କୁହାଯାଇଛି। ଯେଭଳି ଅଭିଯୋଗକାରୀ କୌଣସି ପ୍ରକାର ଅସନ୍ତୋଷ ବ୍ୟକ୍ତ କରିବେ ସେ ଅନୁଯାୟୀ କାର୍ଯ୍ୟ କର ବୋଲି  ଶୁକ୍ରବାର ଓଡ଼ିଶା ପୁଲିସ ପକ୍ଷରୁ କମିସନରେଟ୍ପୁଲିସ ମୁଖ୍ୟାଳୟରେ ଆୟୋଜିତ ତାଲିମ କର୍ମଶାଳାକୁ ଉଦ୍ଘାଟନ କରି ପୁଲିସ ମହା ନିର୍ଦେଶକ ବିଜୟ ଶର୍ମା ଏଭଳି ନିର୍ଦେଶ ଦେଇଛନ୍ତି ୩ଦିନ ବ୍ୟାପୀ ହେବାକୁ ଥିବା ଏହି କର୍ମଶାଳାରେ ରାଜ୍ୟର ୬ଶହ ଥାନା ଅଧିକାରୀ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଭଳି ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବ, ଅଭିଯୋଗ ଗ୍ରହଣ କରି ତାଙ୍କୁ କିପରି ବ୍ୟବହାର କରିବେ, ଏଫ୍ଆଇଆର୍ରେଜିଷ୍ଟ୍ରେସନ୍ରେ ସ୍ବଚ୍ଛତା ରଖିବେ ଏବଂ ଅଭିଯୋଗକୁ କିପରି ସମାଧାନ କରିବେ ଏପରି ୮ଟି ମାପଦଣ୍ଡକୁ ନେଇ ପୁଲିସ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଉଛି। ଏଠାରୁ ତାଲିମ ନେବା ପରେ ତାଲିମପ୍ରାପ୍ତ ଅଫିସରମାନେ ନିଜ ଜିଲ୍ଲାର ଅନ୍ୟ ପୁଲିସ କର୍ମଚାରୀ ଅଧିକାରୀଙ୍କୁ ତାଲିମ ଦେବେ। ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ସିସିଟିଏନଏସରେ ପୁଲିସ ଅଧିକାରୀ ରେକର୍ଡ କରିବେ। ଆଉ ଯୋଜନା ଲାଗୁ ପରେ ଅଭିଯୋଗକାରୀଙ୍କୁ ଥାନାରୁ ମିଳୁଥିବା ସେବା ସମ୍ପର୍କରେ ପଚରାଯିବ। ଅଭିଯୋଗକାରୀଙ୍କ ତଥ୍ୟକୁ ଭିତ୍ତି କରି ବ୍ୟବହାର କାର୍ଯ୍ୟଦକ୍ଷତାକୁ ନେଇ ପ୍ରତ୍ୟେକ ଅଭିଯୋଗରେ ଥାନାକୁ ୫ମାର୍କ ପର୍ଯ୍ୟନ୍ତ ମିଳିବ।ଯେଉଁ ଥାନା କମ୍ମାର୍କ ପାଇବେ ସେହି ଥାନାଗୁଡ଼ିକୁ ନାଲି ରଙ୍ଗରେ ଆଉ ଅଧିକ ନମ୍ବର ରଖୁଥିବା ଥାନାକୁ ନୀଳ ରଙ୍ଗରେ ପ୍ରଦର୍ଶନ କରାଯିବ। ଯେଉଁ ଥାନା ଶ୍ରେଷ୍ଠ ପ୍ରଦର୍ଶନ କରିବସେହି ଥାନାକୁ ପୁରସ୍କୃତ କରାଯିବ।ସେହିପରି ନାଲି ରଙ୍ଗ ଥିବା ଥାନାଗୁଡ଼ିକ ଉପରେ ତଦନ୍ତ କରାଯିବ। ଅଭିଯୋଗକାରୀଙ୍କୁ ସେବା ଦେବାରେ କେଉଁଠି ସମସ୍ୟା ରହିଲା ତା ଯାଞ୍ଚ କରାଯିବ। ଯଦି ପ୍ରକୃତରେ ଉକ୍ତ ଥାନାର ଅଧିକାରୀ କିମ୍ବା କର୍ମଚାରୀଙ୍କ ଦୋଷ ରହିଥାଏ, ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। ଆଉ ଏଭଳି ବ୍ୟବସ୍ଥା ଦ୍ବାରା ପୁଲିସ ଅଧିକାରୀଙ୍କ ବ୍ୟବହାର ସମ୍ପର୍କରେ ଉପରିସ୍ଥ ଅଧିକାରୀ ଜାଣିପାରିବେ। ଖାଲି ସେତିକି ନୁହେଁ; ଏହାଦ୍ବାରା ସ୍ବଚ୍ଛତା ବଜାୟ ରହିବା ସହ ଲାଞ୍ଚ କାରବାର ଅପରାଧକୁ ନିୟନ୍ତ୍ରଣ କରିବାରେ ସହଜ ହେବ ବୋଲି କହିଛନ୍ତି ଡିଜି ଶ୍ରୀ ଶର୍ମା କହିଛନ୍ତି। କର୍ମଶାଳାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ବିଶିଷ୍ଟ ଅତିଥି ଭାବେ ମୁମ୍ବାଇ ଡବାବାଲାର ପବନ ଅଗ୍ରୱାଲ୍ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ, ଡିସିପି ଅନୁପ ସାହୁ, ଡିସିପି ଅଖିଳେଶ୍ବର ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

31/08/2019

Leave a Reply

Your email address will not be published. Required fields are marked *

Comments