Bikash Khabar
୭୭ ବର୍ଷ ବୟସରେ କରୁଛନ୍ତି ଡାକଟିକେଟ ସଂଗ୍ରହ,୨୩୭ ଦେଶର ଟିକେଟ ସଂଗ୍ରହ କରି ସୃଷ୍ଟିକରିଛନ୍ତି ରେକର୍ଡ

ପିଲାଦିନେ ପାଠ ପଢ଼ୁଥିବା ବେଳେ ଦିନେ ଶ୍ରେଣୀରେ ଶିକ୍ଷକ କହିଥିଲେ,ଜୀବନରେ ପାଠ ପଢିବା ସହିତ ଅନ୍ୟ ଏକ ବିଷୟରେ ରୁଚି ରଖିବା ଉଚିତ। ଆଉ ସେହି ଦିନଠାରୁ ସେ ଡାକ ଟିକେଟ ସଂଗ୍ରହର ରୁଚି ରଖି ଆଜି ୨୩୭ ଦେଶର ୩୫ ହଜାର ରୁ ଅଧିକ ଡାକଟିକେଟ ସଂଗ୍ରହ କରି ଇଣ୍ଡିଆ ବୁକଅଫ ୱାର୍ଲଡରେକର୍ଡ ସମେତ ଅନ୍ୟାନ ରେକର୍ଡ ଅଧିକାରୀ ହୋଇପାରିଛନ୍ତି ରାଉରକେଲା ନିବାସୀ ଜବାହର ଇସରନି

ଦିଲ୍ଲୀର ମୂଳ ନିବାସୀ ଜବାହର ରାଉରକେଲାର ଜାପାନୀ କମ୍ପାନୀ ମେକାନ ଇଣ୍ଡିଆ ରେ ୧୯୮୬ ରୁ ୧୯୯୧ ପର୍ଯ୍ୟନ୍ତ ସେକ୍ଟର ରେ ରହି କାମକରିଥିଲେ ଏହି ସମୟରେ ସେ ବିଭିନ୍ନ ଦେଶର ଡାକଟିକେଟ ସଂଗ୍ରହ କରିବା ଆରମ୍ଭ କରିଥିଲେ ଦୈନନ୍ଦିନ ଜୀବନରେ ନିଜର ଶୃଙ୍ଖଳିତ ଜୀବନ ଚର୍ଯ୍ୟା ସହିତ ଡାକଟିକଟ ସଂଗ୍ରହ କରିବାକୁ ସେ ଭୁଲୁ ଥିଲେ ଏବେ ଜୀବନ   ଅପରାହ୍ନରେ ପହଁଚିଥିବା ଜବାହର ନିଜ ସଂଗ୍ରହକୁ ଅପଲକ ନୟନ ରେ ଚାହିଁରହଉଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି

10/07/2019

Leave a Reply

Your email address will not be published. Required fields are marked *

Comments