Bikash Khabar
ଯବାନ ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦିଓ୍ୱାଲୀ, ଲୋଙ୍ଗେଓ୍ୱାଲାରୁ ପାକ୍-ଚୀନକୁ କଡ଼ା ଚେତାବନୀ

ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଜୈସଲମେର ସ୍ଥିତ ଥର ମରୁଭୂମିର ଅନତିଦୂର ରେ ଥିବା ଆନ୍ତରାଷ୍ଟ୍ରୀୟ ସୀମାର ସନ୍ନିକଟ ଲୋଙ୍ଗେଓ୍ୱାଲାରେ ନିୟୋଜିତ ଯବାନଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି ମୋଦି ସେନାର  ମନୋବଳ ବଢ଼ାଇବା ସହ ଭାରତ ସୀମାରୁ ଶତ୍ରୁଙ୍କୁ କଡ଼ା ଚେତାବନୀ ଦେଇଛନ୍ତି  ପ୍ରଧାନମନ୍ତ୍ରୀ। କହିଛନ୍ତି, ଭାରତ ବୁଝିବା ବୁଝାଇବା ନୀତିରେ ବିଶ୍ୱାସ କରୁଛି ବିସ୍ତାରବାଦକୁ ବରଦାସ୍ତ କରାଯିବନି ଭାରତର ଅଖଣ୍ଡତାରେ ବିସ୍ତାର କଲେ ପ୍ରଚଣ୍ଡ ଜବାବ ମିଳିବ ସୀମାରୁ ପାକିସ୍ତାନ ଚୀନକୁ ଏମିତି ଚରମ ବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନିଜକୁ ସୁରକ୍ଷା ଦେବାରେ ଭାରତ ସକ୍ଷମ ଦେଶର ସ୍ୱାର୍ଥ ସହ କେବେ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ସୀମାରେ ନିୟୋଜିତ ସୈନିକଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ପରି ବୀର ଯବାନଙ୍କ ପାଇଁ ଆଜି ଦେଶ ଗର୍ବିତ ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେବା ସହ ଆତଙ୍କବାଦୀଙ୍କ ଘରେ ପଶି ମାରୁଛନ୍ତି ଭାରତୀୟ ଯବାନ ଦେଶର ସୁରକ୍ଷାରେ ସାମିଲ ଥିବା ସମସ୍ତ ଯବାନଙ୍କୁ ପ୍ରଣାମ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆପଣମାନେ ଅଛନ୍ତି, ଦେଶ ଅଛି ଏହି ଉତ୍ସବ ବି ଅଛି ଯବାନଙ୍କ ପାଖକୁ ଆସିଲେ ଦୀପାବଳିରେ ପୂର୍ଣ୍ଣତା ଆସେ ସେମାନଙ୍କ ମୁହଁରେ ହସ ଦେଖିଲେ ଖୁସି ଦ୍ୱିଗୁଣ ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସୂଚନା ଯୋଗ୍ୟ ଯେ ଏହି ଲୋଙ୍ଗେଓ୍ୱାଲା ରେ ପାକିସ୍ଥାନ ବିରୋଧରେ ଭାରତ ୧୯୭୧ ଲଢେଇ ଅତ୍ୟନ୍ତ ବୀରତ୍ବର ସହ ଲଢ଼ି ବିଜୟୀ ହୋଇଥିଲା ଆଗାମୀ ବର୍ଷ ଏହି ଯୁଦ୍ଧକୁ ୫୦ ବର୍ଷ ପୂରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଠାରେ ଦୀପାବଳି ପାଳନ ସେନାକୁ ନୁଆଁ ଉତ୍ସାହ ଦେଇଛି

14/11/2020

Leave a Reply

Your email address will not be published. Required fields are marked *

Comments