Bikash Khabar
ବଡ଼ଦିନକୁ ନେଇ ବିଭୋର ହେଲେ କୁନି ଶିଳ୍ପୀ, ଚିତ୍ରରେ ଆଙ୍କିଲେ ଶାନ୍ତାକ୍ଲଜ, ଖ୍ରୀଷ୍ଟମାସ ଟ୍ରି ଓ ଜିଙ୍ଗଲ ବେଲ୍

ଆଉ ଗୋଟିଏ ଦିନ ପରେ ବଡ଼ଦିନ । ଧରାବତରଣ କରିବେ ପ୍ରଭୁ ଯୀଶୁ । ଯୀଶୁଙ୍କ ଅବାହନୀ ପାଇଁ ଚଳଚଂଚଳ ହୋଇପଡ଼ିଛି ଗୀର୍ଜା ଓ ପ୍ରାର୍ଥନା ଗୃହ । ଆଲୋକମାଳାରେ ଝଲସୁଛି ଚର୍ଚ୍ଚ । ବଡ଼ଦିନ ପାଳନ ପାଇଁ ଚର୍ଚ୍ଚଗୁଡ଼ିକର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚି ଥିବାବେଳେ ବାଦ୍ ପଡ଼ିନାହିଁ ସ୍ମାର୍ଟ ନଗରୀ ଭୁବନେଶ୍ୱର । ସହରର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ବଡ଼ଦିନକୁ ନେଇ ଉତ୍ସବର ଉଦ୍ଦୀପନା ଦେଖିବାକୁ ମିଳିଥିବା ବେଳେ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ର କୁନି ଶିଳ୍ପୀମାନଙ୍କ ମଧ୍ୟରେ ଯୀଶୁଙ୍କ ଧରାବତରଣକୁ ନିଆରା ଭାବେ ପାଳନ କରାଯାଇଛି । ଭାରତୀୟ ସଂସ୍କୃତିରେ ବିଭିନ୍ନ ଧର୍ମର ପର୍ବ ଓ ପରମ୍ପରାର ମହତ୍ୱକୁ ପ୍ରତିପାଦିତ କରାଉଥିବା ଏହି ଅନୁଷ୍ଠାନର ଚିତ୍ରକରମାନେ ରଙ୍ଗ ଓ ତୂଳୀ ଜରିଆରେ ଯୀଶୁଙ୍କ ଛବି ଆଙ୍କିବା ସହ ଶାନ୍ତକ୍ଲଜଙ୍କ ଆଗମନ ଓ ଜିଙ୍ଗଲ ବେଲ୍ ମହମବତୀରେ ଗୀର୍ଜା ଘରର ସୌନ୍ଦର୍ଯ୍ୟକୁ ଜୀବନ୍ତ ଭାବେ ଆଙ୍କିଛନ୍ତି । କୁନି ଚିତ୍ରକରମାନେ ବଡ଼ଦିନର ଖୁସିକୁ ତୂଳୀ ଓ ରଙ୍ଗରେ ଜୀବନ୍ତ କରାଇବା ସହ ଏଭଳି ଏକ ଦିନର ମହତ୍ୱ ସମ୍ପର୍କରେ ସଚେଚିତ ହୋଇଛନ୍ତି । ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଚିତ୍ର କର୍ମଶାଳାରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ ଶିଶୁପ୍ରତିଭାଙ୍କ କୃତିକୁ ପ୍ରଶଂସା କରିଥିଲେ । 

 

24/12/2018

Leave a Reply

Your email address will not be published. Required fields are marked *

Comments