Bikash Khabar
ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ: ମୁଖ୍ୟମନ୍ତ୍ରୀ

 ମହାନ୍ତ୍ୟାଗ ନିମନ୍ତେ ଦିଂବଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନେ ମୃତା ପ୍ରିୟଙ୍କାରାଣୀଙ୍କ ବୃକ୍କବା କିଡ୍ନି ଦାନ କରିଥିଲେ। ଏଥିଯୋଗୁଁ କଟକ ବଡ଼ ଡାକ୍ତରଖାନା ଭୁବନେଶ୍ୱରସ୍ଥିତ ଆପୋଲୋ ସହ୍ପିଟାଲ୍ରେ ଦୁଇଜଣ ରୋଗୀଙ୍କ ଠାରେ ତାହା ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ସୂରଜ ଯୋଜନାରେ ସମ୍ମାନିତ କରାଯିବ। ଏହାଛଡ଼ା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନା ଥିବା ଦିବଂଗତ ପ୍ରିୟଙ୍କା ପାତ୍ରଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ।ସଫଳ ବୃକ୍କ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍କଲେଜ ହସ୍ପିଟାଲର୍ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଆପୋଲୋ ହସ୍ପିଟାଲ୍ରେ ବ୍ରେନ୍ଡେଡ୍ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡ୍ନି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡ୍ନି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି

 

05/02/2020

Leave a Reply

Your email address will not be published. Required fields are marked *

Comments