Bikash Khabar
ଦିନେ ଥିଲା ପଡିଆ.ଏବେ ଫଳୁଛି ଦିନକୁ ଦୁଇ କ୍ୟୁଣ୍ଟାଲ ପିଜୁଳି

ଚାଷୀଙ୍କ ଲାଗି ଅଲୋଡ଼ା ହୋଇ ଦିନେ ପଡ଼ିଆ ପଡ଼ିଥିଲା ଜମି। ଏବେ ଏହି ଅବ୍ୟବହୃତ ଜମିରେ ସୁନା ଫଳାଇବାରେ ସକ୍ଷମ ହୋଇଛନ୍ତି ଆନ୍ଧ୍ରପ୍ରଦେଶରୁ ଆସି ରାୟଗଡାରେ ଚାଷ ରେ ମାତିଥିବା ଜଣେ ଯୁବ ଚାଷୀ ୧୦ ଏକର ଜମିରେ ଚାଷ କରି ଦିନକୁ କୁଇଣ୍ଟାଲ ସ୍ବାଦିଷ୍ଟ ପିଜୁଳି ଉତ୍ପାଦନ କରି ରାୟଗଡ଼ା ସମେତ ରାଜ୍ୟ ବାହାରକୁ ରପ୍ତାନି କରି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମାଟିରେ ଆନ୍ଧ୍ର ଚାଷୀଙ୍କ ଏପରି ସଫଳତା ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ଯୁବପିଢ଼ିଙ୍କ ପାଇଁ ପାଲଟିଛି ଉଦାହରଣ ରାମନାଗୁଡା ବ୍ଲକର ତୁମ୍ବାକଣା ଗାଁ। ଗାଁକୁ ଲାଗି ୧୦ ଏକର ପରିମିତ ଜମିରେ ହୋଇଛି ପିଜୁଳି ଚାଷ। ଆନ୍ଧ୍ରପ୍ରଦେଶ ରାଜ୍ୟ ଇଷ୍ଟ ଗୋଦାବରୀ ଜିଲ୍ଲାର ଯୁବ ଚାଷୀ ଶିବା ରେଡ୍ଡୀ କର୍ମଭୂମି ଭାବେ ତୁମ୍ବାକଣା ଗାଁକୁ ବାଛିନେଇ ବର୍ଷ ତଳେ ଆରମ୍ଭ କରିଥିଲେ ଚାଷ। ଆନ୍ଧ୍ର ଜଳବାୟୁ ପରି ଓଡ଼ିଶାର ଜଳବାୟୁ ମଧ୍ୟ ପିଜୁଳି ଚାଷ ପାଇଁ ଅନୁକୂଳ ଥିବାରୁ ନିଜ ଅଭିଜ୍ଞତାକୁ ପ୍ରୟୋଗ କରି ଆରମ୍ଭ କରିଥିଲେ ଚାଷ। ଯାହାର ସୁଫଳ ଏବେ ଶିବାଙ୍କୁ ମିଳିଛି। ଦିନକୁ କୁଇଣ୍ଟାଲରୁ ଉର୍ଧ୍ବ ପିଜୁଳି ଉତ୍ପାଦନ ହେଉଥିବାରୁ ରାତି ପାହିବା କ୍ଷଣି ଆଖପାଖ ଚାଷୀଙ୍କ ଭିଡ଼ ଲାଗୁଛି ପିଜୁଳି ନେବା ପାଇଁ। ଖୁବ୍ କମ ଦରରେ ମିଳୁଥିବା ସ୍ବାଦିଷ୍ଟ ପିଜୁଳିକୁ ବିକ୍ରି କରି ଗୁଣପୁର, ପଦ୍ମପୁର, ରାୟଗଡ଼ା ଅଞ୍ଚଳର ଚାଷୀ ବେଶ୍ ଲାଭବାନ ହେଉଛନ୍ତି।

24/11/2020

Leave a Reply

Your email address will not be published. Required fields are marked *

Comments