Bikash Khabar
ସହରାଞ୍ଚଳ ରାସ୍ତାକଡ଼ ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ,ଦୋକାନୀ ଙ୍କୁ ଦିଆଯିବ ତାଲିମ

 ରାସ୍ତାକଡ ଠେଲା ଗାଡିରେ କିମ୍ବା ଭେଣ୍ଡିଂ ଜୋନରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ତାଲିମ ଦିଆଯିବ। ଖାଦ୍ୟ ପ୍ରସ୍ତୁତି, ପରିବେଶ ପରିଚ୍ଛନ୍ନତା ଆଦି ବିଷୟରେ ବ୍ୟବସାୟୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାନଗର ନିଗମ ପୌରାଞ୍ଚଳରେ ଖାଦ୍ୟ ନିରାପତ୍ତା ବିଷୟକୁ ନିୟମିତ ସମୀକ୍ଷା କରିବା ସହ ଏକ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଅଭିଜ୍ଞ ସଂସ୍ଥାଗୁଡିକ ଜରିଆରେ ଖାଦ୍ୟ ନିରାପତ୍ତାକୁ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର କେତେକ ଅଞ୍ଚଳକୁ ନିରାପଦ ରାସ୍ତାପାର୍ଶ୍ୱ ଖାଦ୍ୟ ଅଞ୍ଚଳ ଭାବେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡଙ୍ଗୀ ବୈଠକରେ ସୂଚନା ଦେଇ କହିଥିଲେ ଯେ ଗତ ବର୍ଷ ମଧ୍ୟରେ ରାଜ୍ୟରେ ଖାଦ୍ୟ ବ୍ୟବସାୟୀମାନଙ୍କର ପଞ୍ଜୀକରଣ ବୃଦ୍ଧି ପାଇଛି। ୨୦୧୬-୧୭ରେ ମୋଟ ୫୦୨୬ ବ୍ୟବସାୟୀ ପଞ୍ଜୀକୃତ ହୋଇଥିବା ବେଳେ ୨୦୧୭-୧୮ ଏବଂ ୨୦୧୮-୧୯ରେ ଯଥାକ୍ରମେ ୨୫,୮୨୨ ୩୬, ୬୨୨କୁ ବୃଦ୍ଧି ପାଇଛି।

05/01/2020

Leave a Reply

Your email address will not be published. Required fields are marked *

Comments