Bikash Khabar
ରାଜଧାନୀ ଦିଲ୍ଲୀରେ କିଣିବାକୁ ପଡୁଛି ଅମ୍ଲଜାନ ! ମାତ୍ର ୧୫ ମିନିଟ୍ ପାଇଁ ୨୯୯ ଟଙ୍କା

 ଦିଲ୍ଲୀ ଅବସ୍ଥା ଏବେ ସାଂଘାତିକ। ବାୟୁ ପ୍ରଦୂଷଣ ଅତି ଜଟିଳ ସ୍ତରରେ ପହଞ୍ଚିଥିବାରୁ ଜନସାଧାରଣଙ୍କ ଜୀବନ ବିଷମୟ ହୋଇଯାଇଛି। ଶୁଦ୍ଧ ପବନ ଟିକେ ପାଇଁ ଲୋକେ ଏବେ ଅକ୍ସିଜେନ୍ବ ବାର ରେ   ଭିଡ଼ ଜମାଉଛନ୍ତି। ମାତ୍ର ୧୫ ମିନିଟ୍ ଶୁଦ୍ଧ  ପବନ ପାଇଁ ଲୋକଙ୍କୁ ୨୯୯ ଟଙ୍କା ଦେବାକୁ ପଡ଼ୁଛି। ୨୬ ବର୍ଷୀୟ ଯୁବ ବ୍ୟବସାୟୀ ଆର୍ୟ୍ୟବୀର କୁମାର ଗତ ମେରେ ଦକ୍ଷିଣ ଦିଲ୍ଲୀର ସିଲେକ୍ଟ ସିଟି ୱାକ୍ ମଲ୍ ରେ  ଏକ ଅକ୍ସିଜେନ୍ ବାର୍ଖୋଲିଥିଲେ।ଏହି ବାର୍ ନାମ ଦିଆଯାଇଛି ଅକ୍ସି ପିଓର୍। ଏଠାକୁ ନିଦ୍ରାହୀନତା, ହ୍ୟାଙ୍ଗଓଭର୍ ଏବଂ ଏପରିକି ବିଷାଦରେ ଥିବା ଲୋକମାନେ ମଧ୍ୟ ଟିକେ ଆରାମ ପାଇବା ପାଇଁ ଆସନ୍ତି। ଗତ ମେମାସରେ କୁମାର ଅକ୍ସିପିଓର ଖୋଲିଥିଲେ ମଧ୍ୟ ପ୍ରଥମେ ଏଠାକୁ ଏତେ ସଂଖ୍ୟାରେ ଗ୍ରାହକ ଆସୁନଥିଲେ। କିନ୍ତୁ ଅକ୍ଟୋବରରେ ଦିଲ୍ଲୀ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ପରେ ଅକ୍ସି ପିଓର୍ରେ ଲୋକଙ୍କ ଭିଡ଼ ଜମୁଛି। ଶୁଦ୍ଧ ପବନ ପାଇଁ ଲୋକେ ୨୯୯ରୁ ୪୯୯ ଟଙ୍କା ଦେଉଛନ୍ତି। ଲୋକଙ୍କର ଶୁଦ୍ଧ ପବନ ପ୍ରତି ବଢ଼ୁଥିବା ଆଗ୍ରହକୁ ଦେଖି କୁମାର ଏବେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଅକ୍ସିପିଓର୍ର ଅନ୍ୟ ଏକ ଶାଖା ଖୋଲିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କ ନିଜ ନିଜ ପସନ୍ଦର ୭ଟି ଫ୍ଲେଭର୍ରେ ଶୁଦ୍ଧ ପବନ ମିଳୁଛି।

18/11/2019

Leave a Reply

Your email address will not be published. Required fields are marked *

Comments