କୋରନା ପାଇଁ କଲେଜ ଆସିପାରୁନଥିବ ଦୃଷ୍ଟିବାଧିତ ଅଧ୍ୟାପକ ଘରେ ରହି ପଢ଼ାଇବେ
କରୋନା ସଂକ୍ରମଣ ବ୍ୟାପୁଥିବାରୁ ଡିଗ୍ରି କଲେଜ ବନ୍ଦ ରହିଛି। ଛାତ୍ରଛାତ୍ରୀ କଲେଜକୁ ଆସୁ ନ ଥିବା ବେଳେ ଅଧ୍ୟାପକମାନେ ସେମାନଙ୍କୁ ଅନ୍ଲାଇନରେ ପଢ଼ାଉଛନ୍ତି। ପ୍ରତିଦିନ କ୍ୟାମ୍ପସକୁ ଆସି ସେମାନେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଉଛନ୍ତି। ହେଲେ କୋଭିଡ୍-୧୯ କଟକଣା ଯୋଗୁଁ ଦୃଷ୍ଟିବାଧିତ ଅଧ୍ୟାପକମାନେ କ୍ୟାମ୍ପସକୁ ଆସିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୋହଳ ମନୋଭାବ ପୋଷଣ କରାଯାଇଛି। ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ଅନ୍ଲାଇନରେ ଛାତ୍ରଛାତ୍ରୀଙ୍କୁ ପଢାଇବେ। କୋଭିଡ୍ କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ ନୁହେଁ। କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢ଼ାଇପାରିବେ।
25/08/2020