Bikash Khabar
ଅନ୍ତର୍ଜାତୀୟ ରେଡିଓ ମେଳା ୧୩ରୁ,ଯୋଗଦେବେ ଦେଶ ବିଦେଶର ଶ୍ରୋତା

 ବିଶ୍ବ ରେଡିଓ ଦିବସଅବସରରେ ଆଉଟରିଚ୍ ପକ୍ଷରୁ ଷଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳାଆସନ୍ତା ୧୩ ୧୪ ତାରିଖ ଦୁଇ ଦିନ ଧରି ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହେବ। ଭାରତ, ଜାପାନ୍, ଆମେରିକା ବାଂଲାଦେଶର ରେଡିଓଷ୍ଟେସନ୍ ମଧ୍ୟ ଏଥିରେ ସାମିଲ ହେବେ। ଶହଶହ ସଂଖ୍ୟାରେ ନୂଆ ପୁରୁଣା ରେଡିଓ, ଗ୍ରାମଫୋନ ସହ ହାମ୍ ରେଡିଓ ପ୍ରଦର୍ଶନୀରେ ସାମିଲ ହେବେ। ବିଗ୍ଏଫ୍ଏମ୍, ରେଡିଓ ଚକ୍େଟ, ତରଙ୍ଗ ଏଫ୍ଏମ୍, ରେଡିଓ ଭୁବେନଶ୍ବର, ରେଡିଓ ବ୍ରହ୍ମପୁତ୍ର (ଆସାମ) ସମେତ ବିଭିନ୍ନ ଭାରତୀୟ ରେଡିଓ ଚ୍ୟାନେଲ ମଧ୍ୟ ମେଳାରେ ନିଜର ଷ୍ଟଲ ଖୋଲିବେ। ଓଡ଼ିଶା ଇଂଜିନିୟର୍ସ ସର୍ଭିସ ଆସୋସିଏସନ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନେଇ ସୂଚନା ଦେଇଛନ୍ତି ଆଉଟ୍ରିଚର ମୁଖ୍ୟ ସୁବ୍ରତ କୁମାର ପତି। ରେଡିଓ ମେଳା ଦେଖିବା ପାଇଁ ଦେଶ ବିଦେଶରୁ ଶହ ଶହ ରେଡିଓ ଶ୍ରୋତା ଭୁବେନଶ୍ବରରେ ପହଞ୍ଚିବେ। ବାଂଲାଦେଶ, ତ୍ରିପୁରା, ଆସାମ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରେଦଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅନେକ ଶ୍ରୋତା ରେଡିଓ ପ୍ରେମୀ ଏହି ମେଳା ଦେଖିବାକୁ ଭୁବେନଶ୍ବର ଆସିବେ। ଅନ୍ୟପଟେ ଏଥର ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇେସନ୍ସପ୍ରାପ୍ତ ହାମ୍ ରେଡିଓ ଅପରେଟର। ଏହି ଅପେରଟରମାନେ ହାମ୍ ରେଡିଓ ସମେତ ଏମରେଜନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ।

03/02/2020

Leave a Reply

Your email address will not be published. Required fields are marked *

Comments