Bikash Khabar
ସମ୍ବଲପୁର ସର୍ଲା ରେଳ ଷ୍ଟେସନରେ ହେବ ୱାଗନ୍‌ ମରାମତି କେନ୍ଦ୍ର,ଖର୍ଚ୍ଚ ହେବ ୯୦ କୋଟି

ସମ୍ବଲପୁର ସର୍ଲା ରେଳ ଷ୍ଟେସନରେ ହେବ ୱାଗନ୍ମରାମତି କେନ୍ଦ୍ର। ଏଥିପାଇଁ ୯୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇସାରିଥିବା ଜଣାଯାଇଛି। ମାନେଶ୍ଵର ବଦଳରେସର୍ଲାରେ ଏପରି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ  ହେବ ବୋଲି ସୂଚନା ଦେଇଛନ୍ତି ଡିଆରଏମ୍ଜୟଦୀପ ଗୁପ୍ତା। ଏଥିପାଇଁ ଆବଶ୍ୟକୀୟ  ଜମି ମଧ୍ୟ ଚିହ୍ନଟ ମଧ୍ୟ ହୋଇ ସାରିଛି। ପୂର୍ବରୁ ମାନେଶ୍ବର ରେଳ ଷ୍ଟେସନରେ ୱାଗନ୍ମରାମତି କାରଖାନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଅଟକଳ ୪୬.୧୬ କୋଟି ଟଙ୍କା ଅଟକଳ ରଖାଯାଇ ଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାର ସ୍ଥାନ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ୧୪ ଶହ ମିଟର ଦୈର୍ଘ୍ୟ ଏବଂ ୫୬ ମିଟର ପ୍ରସ୍ଥର ସର୍ଲା ପ୍ରକଳ୍ପ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏଠାରେ ମାସକୁ ୧୦୦ ୱାଗନ୍ମରାମତିର କ୍ଷମତା ରହିବ। ଏଥି ଯୋଗୁଁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ୨୦୦ ଜଣ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଉଛି। ସମ୍ବଲପୁର ସ୍ଥିତ ବେଦାନ୍ତ ଏବଂ ଆଲୁମିନିୟମ କାରଖାନାକୁ ଦୃଷ୍ଟିରେ ରଖି ସମ୍ବଲପୁର-ଝାରସୁଗୁଡ଼ା ରେଳପଥରେ ୱାଗନ୍ମରାମତି କାରଖାନାର ଆବଶ୍ୟକତା ଅନୁଭବ କରାଯାଉ ଥିଲା।

30/06/2019

Leave a Reply

Your email address will not be published. Required fields are marked *

Comments