Bikash Khabar
ସଂସଦ ରେ ସ୍ପଷ୍ଟ କଲେ ରେଳମନ୍ତ୍ରୀ,ରେଳୱେ ର ହେବନି ଘରୋଇକରଣ

ଭାରତୀୟ ରେଲୱେର ଘରୋଇକରଣ ହେବନାହିଁ ନେଇ କୌଣସି ପ୍ରସ୍ତାବ ନାହିଁ ଘରୋଇକରଣ ଅପରେଟର ଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା ପ୍ରସ୍ତାବ ଉପରେ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ପିୟୁଷ ଗୋୟଲ ବୁଧବାର ଏହା କହିଛନ୍ତି ଲୋକସଭାକୁ ଏକ ଲିଖିତ ଉତ୍ତର ଦେଇ ଗୋୟଲ କହିଛନ୍ତିଯେ,ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା ଲାଗି କୌଣସି ଯାତ୍ରୀବାହୀ ଟ୍ରେନକୁ ନିର୍ଧାରିତ କରାଯାଇନାହିଁ ତେଜସ ଏକ୍ସପ୍ରେସ ଦେଶର ପ୍ରଥମ ଘରୋଇ ଟ୍ରେନ ହେବ ବୋଲି କେତେକ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ମାତ୍ର ରେଲୱେ ପକ୍ଷରୁ ଆନୁଷ୍ଠାନିକ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା ନାହିଁ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତାରେ ରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଂଗାଡ଼ି କହିଛନ୍ତିଯେ,ଆଗାମୀ ଦିନରେ ଏଭଳି ଟ୍ରେନ ଚଳାଚଳ ପରୀକ୍ଷା ମୂଳକ ଭାବେ କରିବା ଦିଗରେ ସରକାର ଚିନ୍ତା କରିପାରନ୍ତି ମାତ୍ର ରେଲୱେ ଘରୋଇ କାରଣ ଦିଗରେ କୌଣସି ପ୍ରସ୍ତାବ ଥିବା ସେ ସ୍ପଷ୍ଟ କରିଦେଇଛନ୍ତି ସୂଚନା ଯୋଗ୍ୟ ଯେ ରେଲୱେ ଘରୋଇକରଣ ହେବ ବୋଲି ଖବର ପ୍ରକାଶ ପାଇବା ମାତ୍ରେ ଟ୍ରେଡ଼ ୟୁନିଅନ ଅନ୍ୟାନ ବାମପନ୍ଥୀ ସଂଗଠନ ଗୁଡିକ ପକ୍ଷରୁ ଆନ୍ଦୋଳନର ସଜବାଜ ଚାଲିଥିଲା

11/07/2019

Leave a Reply

Your email address will not be published. Required fields are marked *

Comments