Bikash Khabar
ବର୍ଷାଋତୁ ପ୍ରାରମ୍ଭରୁ ରାଜଧାନୀ ରେ ଜଳନିଷ୍କାସନ ସମସ୍ୟା ଗମ୍ଭୀର

ମୌସୁମୀ ପ୍ରାରମ୍ଭରୁ ରାଜଧାନୀରେ ବର୍ଷାଜଳ ନିଷ୍କାସନ ହୋଇପାରିବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ରବିବାର ରାଜଧାନୀରେ ହୋଇଥିବା ମାତ୍ର କେଇ ମିନିଟିର ବର୍ଷାରେ ସଡ଼କ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇଛି  ବର୍ଷା ଋତୁ ଆରମ୍ଭ ହେଉ ହେଉ ରାଜଧାନୀରେ  ଜଳ ନିଷ୍କାସନ ସମସ୍ୟାସୃଷ୍ଟି ହୋଇଥିବାରୁ ସହରବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିହୋଇଛି ଲଘୁଚାପ ପ୍ରଭାବରେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୀର୍ଘ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା।ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଏମିତି ସମସ୍ୟା ଦେଖାଦେଇଛି। ବର୍ଷା ହେଲେ ରାଜଧାନୀର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇପଡୁଛି। ପ୍ରତିକାର ସ୍ୱରୂପ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ହେଲେ କିଛି ବି ସୁଫଳ ମିଳୁନି।  ବର୍ଷା  ହେଲେ ରାଜଧାନୀରେ ଜଳ ନିଷ୍କାସନ ସମସ୍ୟା ଏକ ଧରାବନ୍ଧା ନିୟମ ପାଲଟି ଗଲାଣି ଲଘୁଚାପ ଜନିତ ବର୍ଷା ରାଜଧାନୀରେ ଜୁନ ୩୦ ରୁ ହେବ ବୋଲି ପାଣିପାଗ ବିଭାଗ ତିନି ଦିନ ତଳୁ ପୂର୍ବାନୁମାନ କରିଥିଲା। କିନ୍ତୁ ବିଏମ୍ସି ପକ୍ଷରୁ ଯେମିତି ପ୍ରସ୍ତୁତି ହେବା କଥା ହେଲାନି। ଜାତୀୟ ରାଜପଥରୁ ଆରମ୍ଭ କରି ଜନପଥ, କଟକରୋଡ୍, ବିଦ୍ୟୁତ ମାର୍ଗ, ଜୟଦେବ ବିହାର-ନନ୍ଦନକାନନ ରାସ୍ତା ସମେତ ପୂରା ରାଜଧାନୀରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲା। ରାସ୍ତାରେ ଅଣ୍ଟେ ଉଚ୍ଚରେ ପାଣି ଚାଲିଲା। ଏପରିକି ଓଭରବ୍ରିଜ୍ଗୁଡ଼ିକ ଉପରେ ବି ପାଣି ସୁଅ ଛୁଟିଲା। ତଳି ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଗଲା। ଅଧିକାଂଶ ଘରେ ପାଣି ପଶିଲା ହେଲେ ବିଏମ୍ସିର ପାଣି ପମ୍ପ କାମ ଦେଲାନି। ପୂରା ରାଜଧାନୀ ରବିବାର  ଲଘୁଚାପ ବର୍ଷାରେ ଭାସିଛି।ମାତ୍ର ଘଣ୍ଟାକରେ  ୧୬.୫ମିଲିମିଟର ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଉବୁଟୁବୁ ହୋଇଛି।

 

01/07/2019

Leave a Reply

Your email address will not be published. Required fields are marked *

Comments