Bikash Khabar
ବଙ୍ଗଳା ଫିଲ୍ମ ‘ଗୋତ୍ର’ରେ ସ୍ଥାନ ପାଇଲା ସତୁରୀ ଦଶକର ହିଟ ସମ୍ବଲପୁରୀ ରଙ୍ଗବତୀ ଗୀତ

 ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ହିନ୍ଦୀ ଭାଷାରେ ଶୁଣିବା ପରେ ଏବେ ବଙ୍ଗଳା ଭାଷାରେ ଶୁଣିବାର ଅବସର ପାଇବେ। ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଶିବପ୍ରସାଦ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ବଙ୍ଗଳା ଫିଲ୍ମ ଗୋତ୍ରରେ ସମ୍ପୂର୍ଣ୍ଣ ନିଆରା ଶୈଳୀରେ ସ୍ଥାନପାଇଛି ରଙ୍ଗବତୀ ଗୀତ। ଗୀତକୁ ବଙ୍ଗଳାରେ ଅନୁବାଦ କରାଯାଇଥିବା ବେଳେ ଏହାର ସ୍ବର, ତାଳ ଲୟ ସବୁକିଛି ରଙ୍ଗବତୀ ଗୀତର ମୌଳିକତାକୁ ଅକ୍ଷୁଣ୍ଣ ରଖିଛି। ଏପଟେ ଗୀତ ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହା ୟୁଟ୍ୟୁବ୍ରେ ସୁପରହିଟ୍ହୋଇଛି।

ବଙ୍ଗଳା ସିନେମାରେ ସମ୍ବଲପୁରୀ ଗୀତ ରଙ୍ଗବତୀର ପରିକଳ୍ପନା କେହି କରି ନଥିଲେ ସୁଦ୍ଧା ଏହା ବାସ୍ତବତାର ରୂପ ନେଇଛି। ବଙ୍ଗଳା ସିନେମା ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରୟାସରେ ଏହା ସମ୍ଭବ ହୋଇଛି। ପ୍ରାୟ ମିନିଟ ୩୦ ସେକେଣ୍ଡର ଏହି ଗୀତରେ ଓଡ଼ିଆ ଏବଂ ବଙ୍ଗଳା ସଂସ୍କୃତି, ପରମ୍ପରାରେ ରହିଥିବା ସମନ୍ବୟକୁ ଅତି ଚିତ୍ତାକର୍ଷକ ଶୈଳୀରେ ଦର୍ଶାଯାଇଛି। ସମୁଦ୍ରକୂଳରେ ଶୁଟିଂ ହୋଇଥିବା ଏହି ଗୀତରେ ଓଡ଼ିଶାର ପାରମ୍ପରିକ ଘୁମୁରା, ଘୋଡା ନାଚ, ନାଗା ମେଢ, ପଶୁମୁଖା ନୃତ୍ୟ, ଡାଲଖାଇ ନୃତ୍ୟ ଦେଖିବାକୁ ମିଳିଛି। ଏହାସହ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ଝଲକ ମଧ୍ୟ ଏଥିରେ ଦେଖିବାକୁ ପାଇଛନ୍ତି ଦର୍ଶକ।

16/07/2019

Leave a Reply

Your email address will not be published. Required fields are marked *

Comments