Bikash Khabar
ରାସନ କାର୍ଡ ଧାରୀ ଙ୍କୁ ମିଳିବ ଟଙ୍କାକରେ କିଲେ ମାଣ୍ଡିଆ

 ପେନ୍ଥା ଜାତୀୟ କ୍ଷୁଦ୍ର ଦାନାଜାତୀୟ ଶସ୍ୟ କୁ ବିଳମ୍ବ ରେ ହେଲେ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ପୌଷ୍ଟିକ ଅଭିବୃଦ୍ଧି ଲାଗି ସରକାର ଲକ୍ଷ ରଖିଛନ୍ତି ଏହାକୁ ନେଇ ଚଳିତ ବର୍ଷ ଠାରୁ ମାଣ୍ଡିଆ ଚାଷକୁ ସହାୟତା କରାଯିବ ସହ ସମସ୍ତ ରାସନ କାର୍ଡ ଧାରୀଙ୍କୁ ଟଙ୍କା ଦରରେ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ।  ଏହି ନିଷ୍ପତି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଦାନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି ପିଡିଏସ୍ଖାତାଧାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ ରାଜ୍ୟରେ ଜୁଲାଇ ମାସରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନିଆଯାଇଛି କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ମୁତାବକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରଥମେ ୧୭୫୦୦  କ୍ବିଣ୍ଟାଲ ମାଣ୍ଡିଆ ବଣ୍ଟନ କରାଯିବ ଯୋଜନାନୁସାରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଲଘୁ ଶସ୍ୟ ମିଶନ ଜରିଆରେ ମାଣ୍ଡିଆ କ୍ରୟ କରିବେ ଏହା ସହ ବୈଠକରେ ଚଳିତ ଖରିପ ଋତୁରେ କ୍ବିଣ୍ଟାଲ ପିଛା ୨୮୯୭  ଟଙ୍କାରେ ଚାଷୀଙ୍କ ଠାରୁ ଏକଲକ୍ଷ  କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରାଯିବା ଲକ୍ଷ୍ୟ ରଖାଯାଇଛି ବ୍ୟବସାୟୀ ମାନେ ଅଧିକ ଦାମ ଦେଇ ମାଣ୍ଡିଆ କିଣୁଥିବାରୁ ଗରିବ ମାଣ୍ଡିଆ ଚାଷୀ ମାନେ ବିଶେଷ ଲାଭବାନ ହେବେ ବୋଲି କୁହାଯାଇଛି

11/06/2019

Leave a Reply

Your email address will not be published. Required fields are marked *

Comments