Bikash Khabar
କରୋନା ପାଇଁ କମିଲା ଶ୍ରୀମନ୍ଦିର ର ୫୦ ପ୍ରତିଶତ ଆୟ

ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ବଜେଟ୍ଅନୁମୋଦନ କରାଯାଇଛି। ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୫୪ କୋଟିର ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ପରିଚାଳନା କମିଟି ଏଥିରେ ମୋହର ମାରିଛି। ବଜେଟ୍ରେ ସେବାୟତ କଲ୍ୟାଣ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ତେବେ ଆୟ ତୁଳନାରେ ଶ୍ରୀମନ୍ଦିର ବ୍ୟୟ ବଢ଼ି ଚାଲିଥିବାରୁ ପରିଚାଳନା କମିଟି ଚିନ୍ତା ପ୍ରକଟ କରିଛି। ଏଥିପାଇଁ ଅନ୍ଲାଇନ୍ଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍କୁମାର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍ପି ଅଖିଳେଶ ସିଂ, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଆଜିର ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ଆୟ ବ୍ୟୟ ସମାନ ରଖାଯାଇଛି। ଉଭୟ ଆୟ ବ୍ୟୟ ୧୫୪ କୋଟି ଲେଖାଏଁ ରହିଛି। ଚଳିତ ବର୍ଷ କରୋନା ପାଇଁ ଶ୍ରୀମନ୍ଦିର ଆୟ ୫୦ ପ୍ରତିଶତ କମିଛି। ଆୟର ୫୦ ପ୍ରତିଶତ ବ୍ୟାଙ୍କ ଜମା ଅର୍ଥ ସୁଧରୁ ଆସେ। ବାକି ୫୦ ପ୍ରତିଶତ ଭକ୍ତଙ୍କ ଦାନରୁ ଆସେ। ମାର୍ଚ ଠାରୁ ଦର୍ଶନ ବନ୍ଦ ରହିଥିବାରୁ ଦାନ ଅର୍ଥ କିଛି ନାହିଁ କହିଲେ ଚଳେ। ସେପଟେ କରୋନା ପରିସ୍ଥିତି ଯୋଗୁଁ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ମନ୍ଦିର ବନ୍ଦ ରହିଥିବାରୁ ଦୁଇଗୁଣା ପାଳିଆ ପୁରସ୍କାର ବି ଦିଆଯାଉଛି।ଆୟ କମିଛି ବ୍ୟୟ କମିନି। ତେଣୁ ଅନଲାଇନ ରେ ଦାନ ସଂଗ୍ରହ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି   

18/11/2020

Leave a Reply

Your email address will not be published. Required fields are marked *

Comments