କରୋନା ସଙ୍କଟ କାରଣରୁ ଜାରି ହୋଇଥିବା ଲକ ଡାଉନ ଓ ସଟଡାଉନ କାରଣରୁ ସହର ରୁ ଗାଁ ଆଡ଼କୁ ଲକ୍ଷରେଡ଼ିକ ଶ୍ରମିକଙ୍କ ସୁଅ ଛୁଟିଥିଲା । କଳକାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯିବ କାରଣରୁ ଲକ୍ଷ ଲକ୍ଷ ଶ୍ରମିକ ନିଜ ଭିଟାମାଟିକୁ ଫେରିଆସିଥିଲେ । ଦିଲ୍ଲୀ,ମୁମ୍ବାଇ,ଗୁଜୁରାଟ,କର୍ଣ୍ଣାଟକ,ମହାରାଷ୍ଟ୍ର ଓ ପଂଜାବର ସହର ମାନଙ୍କରୁ ଶ୍ରମିକ ମାନେ ଓଡିଶା,ପଶ୍ଚିମବଙ୍ଗ,ବିହାର , ଉତ୍ତରପ୍ରଦେଶ ର ଗାଁ ଗୁଡିକୁ ଫେରିଥିଲେ ।ଏହି କାରଣରୁ ଦେଶର ସହରାଞ୍ଚଳ ଗୁଡିକରେ ମାର୍ଚ୍ଚ ରୁ ଜୁନ ମାସ ମଧ୍ୟରେ ୧.୭ କୋଟି ମୋବାଇଲି ବ୍ୟବହାରକାରୀ ହ୍ରାସ ପାଇଥିଲେ । ଅପରପକ୍ଷରେ ଦେଶର ଗ୍ରାମାଞ୍ଚଳ ଗୁଡିକରେ ଅଧିକ ଲୋକସଂଖ୍ୟା ଦେଖିବାକୁ ମିଳିଥିଲା ଓ ସେମାନଙ୍କ ଦ୍ୱାରା ମୋବାଇଲି ବ୍ୟବହାର ବୃଦ୍ଧି ପାଇଥିଲା ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। ତେବେ ଜୁଲାଇ ଓ ଅଗଷ୍ଟ ମାସରେ ଏଥିରେ ସାମାନ୍ୟ ସୁଧାର ଆସିଛି। ଶ୍ରମିକ ମାନେ କର୍ମ କ୍ଷେତ୍ରକୁ ଫେରିଯିବା ସହ ମୋବାଇଲି ବ୍ୟବହାର କରିବା ଦେଖାଯାଉଛି ।
18/11/2020