ପୁରୀ ଜଗନ୍ନାଥ ମନ୍ଦିର ଚାରିପାର୍ଶ୍ଵ ରୁ ଉଛେଦ ଅଭିଯାନ ଚାଲୁଥିବା ବେଳେ ସରକାର କ୍ଷତିଗ୍ରସ୍ତଙ୍କ ପାଇଁ ଏକ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି।ଘୋଷିତ ପ୍ୟାକେଜ ଅନୁଯାୟୀ ବିସ୍ଥାପିତ ପରିବାରକୁ ଏକକାଳୀନ ୩୦ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅଥବା ଶ୍ରୀମନ୍ଦିରର ଦେଢ଼ କିେଲାମିଟର ମଧ୍ୟରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା ଶ୍ରୀମନ୍ଦିରର ୨କିଲୋମିଟର ଦୂରତା ମଧ୍ୟରେ ୧୦୦୦ ବର୍ଗଫୁଟର ଏକ ଜମି ମିଳିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଲାଗି ଯେଉଁ ଚିତ୍ର (ଶ୍ରୀମନ୍ଦିର ସୁରକ୍ଷା ଜୋନ)ର ପରିକଳ୍ପନା କରାଯାଇଛି, ତା’ଦ୍ବାରା କ୍ଷତିଗ୍ରସ୍ତ ପ୍ରତିଟି ବିସ୍ଥାପିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ଓ ଥଇଥାନ ନୀତି (୨୦୧୩)କୁ ନିଶ୍ଚିତ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିରର ସୁରକ୍ଷାରେ ରାଜ୍ୟ ସରକାର କୌଣସି ସାଲିସ କରିପାରିବେ ନାହିଁ। ଏଣୁ ମନ୍ଦିର ଚାରିପାଖରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରାଯିବ। ଏଥିପାଇଁ େଯଉଁ ବାସଗୃହ କ୍ଷତିଗ୍ରସ୍ତ ହେବେ, ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ସ୍ଥାନାନ୍ତରିତ ହେଉଥିବା ପରିବାରକୁ ପରିବହନ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ। ବିସ୍ଥାପିତ ପରିବାରଗୁଡିକ ବାସଗୃହ ବା ଜମି ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପାଇବେ। ତେବେ ଏକକାଳୀନ େଯଉଁମାନେ ସହାୟତା େନବେ, ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଏଥିପାଇଁ ସରକାର ୩ଟି ପ୍ରକଳ୍ପ ପ୍ରସ୍ତାବ ରଖିଛନ୍ତି। ଅର୍ଥାତ୍ ଗୋଟିଏ ପରିବାର ଏକକାଳୀନ ୩୦ଲକ୍ଷ ଟଙ୍କାର ସହାୟତା ନେଇପାରିବେ। ମନ୍ଦିରର ଦେଢ କିଲୋମିଟର ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ବର୍ଗଫୁଟ ପରିମିତ ଘର (ଏକ ଫ୍ଲାଟ୍- ଜି+୨) କିମ୍ୱା ମନ୍ଦିରରୁ ୨ କିଲୋମିଟର ମଧ୍ୟରେ ୧୦୦୦ ବର୍ଗଫୁଟର ଏକ ଜାଗା।ଦୋକାନ ଗୃହ ଅଧିଗ୍ରହଣ କ୍ଷେତ୍ର ରେ ସରକାର ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ। ବାସଗୃହ ଭଳି ଏ କ୍ଷେତ୍ର ରେ ବି ଦୁଇ ପ୍ରକାରର ବିକଳ୍ପ ସହାୟତା ଘୋଷଣା କରାଯାଇଛି, ଯେଉଁଥିରୁ ସେମାନେ ଗୋଟିଏ ବାଛିବେ। ୨୦୦ ବର୍ଗଫୁଟରୁ କମ୍ ଅଞ୍ଚଳରେ ଥିବା ଦୋକାନ ପାଇଁ ମାସିକ ୫ହଜାର ଟଙ୍କା ଭଡା ଦିଆଯିବ। ୨୦୦ରୁ ୫୦୦ ବର୍ଗଫୁଟ ମଧ୍ୟରେ ୧୦ ହଜାର ଟଙ୍କା ଓ ୫୦୦ ବର୍ଗଫୁଟର ଅଧିକ ଆୟତନ ବିଶିଷ୍ଟ ଦୋକାନ ଥିଲେ ୧୫ ହଜାର ଟଙ୍କା ଭଡ଼ା ଦିଆଯିବ। ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍ ଓ ଅନ୍ୟାନ୍ୟ ଜାଗାରେ ପ୍ରସ୍ତାବିତ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ଶେଷ ପରେ ସମସ୍ତଙ୍କୁ ଥଇଥାନ କରାଯିବ। ମଠ ଦୋକାନ ମଠକୁ ଓ ବ୍ୟକ୍ତିଗତ ଜାଗାରେ ଥିବା ଦୋକାନ ସଂପୃକ୍ତ ବ୍ୟକ୍ତିଗତଙ୍କୁ ଦିଆଯିବ। କିମ୍ବା ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ। ସୁରକ୍ଷା ଜୋନ୍ ମଧ୍ୟରେ ଆସୁଥିବା ପ୍ରତିଟି ଦୋକାନ ଏହାର ପରିସରଭୁକ୍ତ ହେବେ।
03/09/2019